କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନିଜ ବ୍ୟବସାୟର ବିସ୍ତାର କରିବାକୁ ଯାଉଛନ୍ତି  । ଏହି କ୍ରମରେ ସେ ସ୍ମାର୍ଟ ଫୋନ ନିର୍ମାଣ ଓ ଟେଲିକମ୍ ଇଣ୍ଡଷ୍ଟ୍ରିଜରେ ପ୍ରବେଶ କରିବାକୁ ଯାଉଛନ୍ତି । ଯଦି ସବୁ ଠିକ ଚାଲେ ତେବେ ଖୁବଶୀଘ୍ର ଟ୍ରମ୍ପ୍ ନିଜର ମୋବାଇଲ ଫୋନ ଓ ଟେଲିକମ୍ ସର୍ଭିସ ଲଂଚ୍ କରିପାରନ୍ତି । ଟ୍ରମ୍ପ କମ୍ପାନି ଦ୍ୱାରା ପ୍ରସ୍ତୁତ ହେବାକୁ ଯାଉଥିବା ମୋବାଇଲ ଫୋନର ନାମ ଟ୍ରମ୍ପ୍ ଫୋନ ରଖାଯାଇପାରେ । 

Advertisment

ଟ୍ରମ୍ପଙ୍କ କମ୍ପାନି  ନିଜର ମେଡ୍ ଇନ୍ ଆମେରିକା ମୋବାଇଲ ଫୋନ ପ୍ରସ୍ତୁତ କରିବାକୁ ଯୋଜନା କରିଛି । ଏହି ଫୋନ ଆମେରିକାରେ ପ୍ରସ୍ତୁତ କରାଯିବ । କହିରଖୁ କି, ଆମେରିକୀୟ କମ୍ପାନି  ଆପଲ ବି ଆଇ ଫୋନ ସହିତ ଅନେକ ପ୍ରଡକ୍ଟ ପ୍ରସ୍ତୁତ କରୁଛି । ହେଲେ ଆପଲ ତାର ପ୍ରଡକ୍ଟ ପ୍ରସ୍ତୁତି ଭାରତ, ଚୀନ ଓ ତାଇୱାନ ଭଳି ଦେଶରେ କରୁଛି । 

ଟ୍ରମ୍ପ୍ ପୁଣି ମୋବାଇଲ ବ୍ୟବସାୟକୁ ଫେରୁଛନ୍ତି । ହେଲେ ଟ୍ରମ୍ପଙ୍କ କମ୍ପାନି ଦ୍ୱାରା ପ୍ରସ୍ତୁତ ମୋବାଇଲର ନାମ କ'ଣ ରହିବ ତାହା ସ୍ପଷ୍ଟ ହୋଇନଥିଲେ ବି ଏହାର ନାମ ଟି-୧ ରଖାଯାଇପାରେ ବୋଲି ଅନୁମାନ କରାଯାଉଛି । ଟ୍ରମ୍ପ୍ ଅର୍ଗାନାଇଜେସନକୁ ଏନେ କୁ ଏବେ ଟ୍ରମ୍ପଙ୍କ ପୁଅ ଚଳାଉଛନ୍ତି । ସେ କହିଛନ୍ତି କି, ସୁନା ରଙ୍ଗର ମୋବାଇଲ ଫୋନ ଲଂଚ କରିବା ନେଇ ତାଙ୍କର ଯୋଜନା ରହିଛି  । ରିପୋର୍ଟ ମୁତାବକ ଏହି ଫୋନର ଦାମ ୪୯୯ ଆମେରିକୀୟ ଡଲାର ରହିପାରେ ।  ଏହାକୁ ଭାରତୀୟମାନେ ୪୨ ହଜାର ଟଙ୍କାରେ କିଣିପାରିବେ ।