କନକ ବ୍ୟୁରୋ : ମୋଦୀ ମୋର ଜଣେ ଭଲ ବନ୍ଧୁ, ଆମ ଭିତରେ ସବୁବେଳେ ଭଲ ସମ୍ପର୍କ ରହିବ... ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଭଳି କିଛି ବୟାନ ଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତେଲେଇବାକୁ ଚେଷ୍ଟା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କିନ୍ତୁ ଭିନ୍ନ ଢଙ୍ଗରେ ଏହା ଉତ୍ତର ଦେଇଛନ୍ତି । 

Advertisment

ଯେତେବେଳେ ଟ୍ରମ୍ପଙ୍କୁ ପଚରାଗଲା ଯେ ଆମେରିକା କାହିଁକି ଭାରତ ସହ ସମ୍ପର୍କକୁ ବଜାୟ ରଖିପାରିଲାନି? କାହିଁକି ଭାରତକୁ ହରାଇଦେଲା ଆମେରିକା ?  ଏହି ପ୍ରଶ୍ନରେ ଟ୍ରମ୍ପ କହିଥିଲେ, "ମୁଁ ଭାବୁନାହିଁ ଯେ ଆମେ ଭାରତକୁ ହରାଇଛୁ, କିନ୍ତୁ ମୁଁ ବହୁତ ନିରାଶ ହୋଇଥିଲି ଯେ ଭାରତ ଋଷରୁ ଏତେ ପରିମାଣର ତେଲ କିଣୁଥିଲା। ମୁଁ ଏହା ଭାରତକୁ ମଧ୍ୟ କହିଥିଲି । ଏହା ପରେ ଆମେ ଭାରତ ଉପରେ ବହୁତ ବଡ଼ ଶୁଳ୍କ ଲାଗୁ କରିଥିଲୁ, ୫୦ ପ୍ରତିଶତ ଶୁଳ୍କ ଯାହା ବହୁତ ବଡ଼ ।" ଏହି ସମାଲୋଚନା ଭିତରେ ବି, ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେ କହିଥିଲେ, "ମୋଦୀଜୀଙ୍କ ସହିତ ମୋର ବହୁତ ଭଲ ସମ୍ପର୍କ ଅଛି । ସେ ଜଣେ ମହାନ ବ୍ୟକ୍ତି । 

ଭାରତ ସହିତ ସମ୍ପର୍କ ଉନ୍ନତ କରିବାକୁ ସର୍ବଦା ପ୍ରସ୍ତୁତ
ଯେତେବେଳେ ଗଣମାଧ୍ୟମ ତାଙ୍କୁ ପୁଣି ପଚାରିଥଇଲେ, ସେ ଭାରତ ସହିତ ସମ୍ପର୍କ ପୁଣି ଥରେ ଉନ୍ନତ କରିବାକୁ ପ୍ରସ୍ତୁତ କି? ଟ୍ରମ୍ପ ଉତ୍ତର ଦେଲେ, "ହଁ, ମୁଁ ସବୁବେଳେ ପ୍ରସ୍ତୁତ । ମୋଦୀଜୀ ମୋର ଭଲ ବନ୍ଧୁ ଅଛନ୍ତି ଏବଂ ରହିବେ । ସେ ଜଣେ ବହୁତ ଭଲ ପ୍ରଧାନମନ୍ତ୍ରୀ। ଏହି ସମୟରେ, ମୁଁ ତାଙ୍କର କିଛି ଜିନିଷ ପସନ୍ଦ କରୁନାହିଁ, କିନ୍ତୁ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଦୃଢ଼ ଏବଂ ସ୍ୱତନ୍ତ୍ର । ଏଥିରେ ଚିନ୍ତା କରିବାର କିଛି ନାହିଁ।"

ବାଣିଜ୍ୟ ଆଲୋଚନା ଉପରେ ଆଶା ପ୍ରକାଶ କଲେ ଟ୍ରମ୍ପ
ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଭାରତ ସମେତ ଅନେକ ଦେଶ ସହିତ ବାଣିଜ୍ୟ ଆଲୋଚନା ଭଲ ଚାଲିଛି ଏବଂ ଫଳାଫଳ ସକାରାତ୍ମକ । ସେ କହିଛନ୍ତି, ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ବର୍ତ୍ତମାନ ଏକ କଠିନ ପର୍ଯ୍ୟାୟରେ ଅଛି ।  "ଚୀନର ପ୍ରଭାବ" ପାଇଁ ଆମେରିକା ଭାରତ ଏବଂ ଋଷକୁ ହରାଇଛି । ଏଭିଳି କହି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ତେଲେଇବାକୁ ଚେଷ୍ଟା କରୁଥିବା ବେଳେ କିନ୍ତୁ ଏହାକୁ ଅଣଦେଖା କରିଦେଇଛନ୍ତି ମୋଦୀ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘ ସାଧାରଣ ପରିଷଦର ବାର୍ଷିକ ଅଧିବେଶନରେ ଯୋଗଦେବେ ନାହିଁ । ଚଳିତ ବର୍ଷ ତାଙ୍କ ସ୍ଥାନରେ ଭାରତକୁ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ପ୍ରତିନିଧିତ୍ୱ କରିବେ। ଜାତିସଂଘ ଦ୍ୱାରା ପ୍ରକାଶିତ ସଂଶୋଧିତ ପ୍ରାରମ୍ଭିକ ତାଲିକାରେ ସ୍ପଷ୍ଟ କରାଯାଇଛି ଯେ ସେପ୍ଟେମ୍ବର ୨୭ ତାରିଖରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ସାଧାରଣ ପରିଷଦକୁ ସମ୍ବୋଧିତ କରିବେ । ଏହି ନିଷ୍ପତ୍ତି ଏପରି ସମୟରେ ନିଆଯାଇଛି ଯେତେବେଳେ ଆମେରିକା ଏବଂ ଭାରତ ମଧ୍ୟରେ ଶୁଳ୍କ ଯୁଦ୍ଧ ଚାଲିଛି । ସାଧାରଣତଃ, ଦେଶର ଶୀର୍ଷ ନେତା, ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ, UNGAରେ ଅଂଶଗ୍ରହଣ କରନ୍ତି ଏବଂ ସେମାନଙ୍କ ଦେଶର ନୀତି ଏବଂ ବିଶ୍ୱ ଦୃଷ୍ଟିକୋଣକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରନ୍ତି । ଏପରି ପରିସ୍ଥିତିରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁପସ୍ଥିତି ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ।