ଭାରତ ଉପରେ ଅତିରିକ୍ତ ୨୫% ପ୍ରତିଶତ ଶୁଳ୍କ ଲଗାଇଲେ ଡୋନାଲ୍ଡ ଟ୍ରମ୍ପ :୨୭ ଅଗଷ୍ଟରୁ ହେବ ଲାଗୁ

ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଏହି ବୃଦ୍ଧି ଘୋଷଣା ଫଳରେ  ଭାରତ ଉପରେ ଆମେରିକାର ଟାରିଫ ୫୦ ପ୍ରତିଶତ ହୋଇଛି ।

Trumpp

Trumpp Photograph: (KanakNews)

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ପୁଣି ଶୁଳ୍କ ବୋମା ଫିଙ୍ଗିଛନ୍ତି । ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଏହି ବୃଦ୍ଧି ଘୋଷଣା ଫଳରେ  ଭାରତ ଉପରେ ଆମେରିକାର ଟାରିଫ ୫୦ ପ୍ରତିଶତ ହୋଇଛି । ଏନେଇ ନିର୍ଦ୍ଦେଶ ଉପରେ ହସ୍ତାକ୍ଷର କରିଛନ୍ତି ଟ୍ରମ୍ପ । ଆମେରିକା ପକ୍ଷରୁ ଏନେଇ କୁହାଯାଇଛି ଋଷରୁ ଭାରତ ତେଲ ଆମଦାନୀ କରୁଥିବାରୁ ଜବାବରେ ଏଭଳି ନିଷ୍ପତ୍ତି ନିଆଯାଇଛି । ୨୧ ଦିନ ପରେ ଅର୍ଥାତ ୨୭ ଅଗଷ୍ଟରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ତେବେ ଯେଉଁ ବସ୍ତୁ ଏହି ତାରିଖ ପୂର୍ବରୁ ଯାଇଥିବ ଓ ୧୭ ସେପ୍ଟେମ୍ବର ୨୦୨୫ ପୂର୍ବରୁ ଆମେରିକାରେ ପହଞ୍ଚିବ ତା’ ଉପରେ ଏହି ଅତିରିକ୍ତ ଶୁଳ୍କ ଲାଗୁ ହେବ ନାହିଁ । ଟ୍ରମ୍ପ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ଯଦି କୌଣସି ଦେଶ ଋଷଠାରୁ ତେଲ ଆମଦାନୀ କରେ ତେବେ ଏଭଳି ଶୁଳ୍କ ଲଗାଯିବ । ନିର୍ଦ୍ଦେଶରେ ଆହୁରି କୁହାଯାଇଛି ଯଦି ଅନ୍ୟ କୌଣସି  ପ୍ରଭାବିତ ଦେଶ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତି ତା’ହେଲେ ରାଷ୍ଟ୍ରପତି ଏହି ଆଦେଶରେ ପରିବର୍ତ୍ତନ କରିପାରନ୍ତି । ସେହିଭଳି ଋଷ୍ ଠାରୁ ଯେଉଁମାନେ ତେଲ ନେଉଛନ୍ତି ସେମାନଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି ।

ଏବେ ଆସନ୍ତୁ ଦେଖିବା ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ଭାରତ ଉପରେ କି ପ୍ରଭାବ ପଡ଼ିପାରେ । 

-ଟ୍ରମ୍ପଙ୍କ ଶୁଳ୍କ ପ୍ରଭାବ ଦେଶର ଜିଡିପି ଉପରେ ପଡ଼ିପାରେ
-ଆରବିଆଇ ଜିଡିପି ୬.୫% ହେବ ବୋଲି ଅନୁମାନ କରିଛି
-ଟ୍ରମ୍ପଙ୍କ ଘୋଷଣା  ଭାରତ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ 
-୨୦୨୪ରେ ଭାରତ ଆମେରିକାକୁ ୮ ହଜାର ୧୦୦ କୋଟି ଡଲାର ମୂଲ୍ୟର ବସ୍ତୁ ରପ୍ତାନୀ କରିଥିଲା
-ଏହା ମୋଟ ରପ୍ତାନୀର ୧୮%  ଓ ଜିଡିପି ୨%
-ବୟନଶିଳ୍ପ ଓ ଔଷଧ କଡ଼ା ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବ
-ଏହା ହେଲେ ରପ୍ତାନୀ ପ୍ରଭାବିତ ହୋଇପାରେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe