ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଆଶ୍ବସ୍ତି ; ପର୍ଣ୍ଣଷ୍ଟାରଙ୍କୁ ଲାଞ୍ଚଦେବା ମାମଲାରେ  ମିଳିଲାନି ଦଣ୍ଡ

ଶପଥ ପୂର୍ବରୁ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଆଶ୍ବସ୍ତି । ପର୍ଣ୍ଣଷ୍ଟାରଙ୍କୁ ଲାଞ୍ଚଦେବା ମାମଲାରେ ଦୋଷୀ ସତ୍ତ୍ବେ ବି ମିଳିଲାନି ଦଣ୍ଡ । ଦୋଷୀସାବ୍ୟସ୍ତ ହେବାପରେ ପ୍ରଥମ ବ୍ୟକ୍ତି ଭାବେ ରାଷ୍ଟ୍ରପତି ପଦରେ ରହିବେ ଟ୍ରମ୍ପ ।

9trump

କନକ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ୍‌  ଦୋଷ ଲୁଚାଇବା ପାଇଁ ଲାଞ୍ଚ ମାମଲାରେ ଦୋଷୀସାବ୍ୟସ୍ତ ହେବାପରେ ଶୁକ୍ରବାର ଏହି ମାମଲାରେ ତାଙ୍କ ବିରୋଧରେ ଦଣ୍ଡାଦେଶ ଥିଲା । କିନ୍ତୁ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ହୋଇ ସାରିଥିବାରୁ  ଅଦାଲତ ତାଙ୍କୁ କୌଣସି ଦଣ୍ଡା‌ଦେଶ ଶୁଣାଇନାହାଁନ୍ତି । ଅଦାଲତ ଟ୍ରମ୍ପ୍‌ଙ୍କୁ ଏହି ମାମଲାରେ ଜଣେ ଦୋଷୀ ଭାବେ କାଏମ ରଖିଥିଲେ ସୁଦ୍ଧା ତାଙ୍କୁ ସର୍ତ୍ତବିହୀନ ମୁକ୍ତି ଦେଇଛନ୍ତି । ଜଣେ ଅପରାଧୀ ଭାବେ ଦୋଷୀସାବ୍ୟସ୍ତ ହେବାପରେ ସେ ପ୍ରଥମ ବ୍ୟକ୍ତି ଭାବେ ରାଷ୍ଟ୍ରପତି ପଦରେ ରହିବେ । ଆଜି ଫ୍ଲୋରିଡା କ୍ଲବ୍‌ରୁ ଟ୍ରମ୍ପ୍‌  ଭର୍ଚୁଆଲ ଭାବେ ଶୁଣାଣିରେ ଯୋଗ ଦେଇଥିଲେ।  

ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତା ଜାନୁଆରି ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ନେବେ।  ଟ୍ରମ୍ପ୍‌ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ, ଶୁଣାଣି ଓ ଦଣ୍ଡାଦେଶକୁ ରାଜନୀତି ପ୍ରେରିତ ବୋଲି  କହିଛନ୍ତି। ଏହା କେବଳ ବଦନାମ କରିବା ପାଇଁ  ଏକ ପ୍ରକ୍ରିୟା ଥିଲା ଯାହା ନିଷ୍ଫଳ ହୋଇଛି ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe