ପାକିସ୍ତାନକୁ ଶକ୍ତ ଝଟକା ; ସହଯୋଗ ବନ୍ଦ କରିବାକୁ ଘୋଷଣା କଲେ ଟ୍ରମ୍ପ

ପାକିସ୍ତାନକୁ ବଡ଼ ଝଟ୍‌କା । ସମସ୍ତ ଆର୍ଥିକ ସହଯୋଗ ବନ୍ଦ କରିବାକୁ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି । ଟ୍ରମ୍ପଙ୍କ ଅଧ୍ୟକ୍ଷତାରେ ବସିଥିବା ବଜେଟ୍‌ ବୈଠକରେ ନିଷ୍ପତ୍ତି। 

ପାକିସ୍ତାନ

ପାକିସ୍ତାନ Photograph: (କନକ ନ୍ୟୁଜ)

କନକ ବ୍ୟୁରୋ: ପାକିସ୍ତାନକୁ ବଡ଼ ଝଟକା । ଆମେରିକା ରାଷ୍ଟ୍ରପତି ହେବା ପରେ ଡୋନାଲ୍ଟ ଟ୍ରମ୍ପ ପାକିସ୍ତାନକୁ ସମସ୍ତ ଆର୍ଥିକ ସହଯୋଗ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ତେବେ ଏହି ନିର୍ଦ୍ଦେଶ ଅସ୍ଥାୟୀ ଆଗାମୀ ନିଷ୍ପତି ଉପରେ ନଜର ରହିବ ।

ସୂଚନା ଅନୁସାରେ , ଏହି ସହାୟତା ଭିତରେ ରହିଛି ଏଚଆଇବି, ମାଲେରିଆ ପରି କିଛି ଔଷଧ ରପ୍ତାନୀ ମଧ୍ୟ ବନ୍ଦ କରାଯାଇଛି । ଟ୍ରମ୍ପ ଅଧ୍ୟକ୍ଷତାରେ ବସିଥିବା ବଜେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ଆମେରିକାର ଏହି ପଦକ୍ଷେପ ପାକିସ୍ତାନ ପାଇଁ ବଡ ସମସ୍ୟା ନେଇ ଆସିଛି । ପାକ ଶକ୍ତି କ୍ଷେତ୍ର ସମ୍ବନ୍ଧୀତ ୫ଟି ବଡ ଯୋଜନା କାମ ମଧ୍ୟ ଅଟକିଛି । ତେବେ ଟ୍ରମ୍ପ ନିଜର ପ୍ରଥମ କାର୍ୟ୍ୟକାଳ ସମୟରେ ସେନାକୁ ମିଳୁଥିବା ଆର୍ଥିକ ସାହାଯ୍ୟ ଉପରେ ମଧ୍ୟ କଟକଣା ଲଗାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe