କନକ ବ୍ୟୁରୋ: ପାକିସ୍ତାନକୁ ବଡ଼ ଝଟକା । ଆମେରିକା ରାଷ୍ଟ୍ରପତି ହେବା ପରେ ଡୋନାଲ୍ଟ ଟ୍ରମ୍ପ ପାକିସ୍ତାନକୁ ସମସ୍ତ ଆର୍ଥିକ ସହଯୋଗ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ତେବେ ଏହି ନିର୍ଦ୍ଦେଶ ଅସ୍ଥାୟୀ ଆଗାମୀ ନିଷ୍ପତି ଉପରେ ନଜର ରହିବ ।
ସୂଚନା ଅନୁସାରେ , ଏହି ସହାୟତା ଭିତରେ ରହିଛି ଏଚଆଇବି, ମାଲେରିଆ ପରି କିଛି ଔଷଧ ରପ୍ତାନୀ ମଧ୍ୟ ବନ୍ଦ କରାଯାଇଛି । ଟ୍ରମ୍ପ ଅଧ୍ୟକ୍ଷତାରେ ବସିଥିବା ବଜେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ଆମେରିକାର ଏହି ପଦକ୍ଷେପ ପାକିସ୍ତାନ ପାଇଁ ବଡ ସମସ୍ୟା ନେଇ ଆସିଛି । ପାକ ଶକ୍ତି କ୍ଷେତ୍ର ସମ୍ବନ୍ଧୀତ ୫ଟି ବଡ ଯୋଜନା କାମ ମଧ୍ୟ ଅଟକିଛି । ତେବେ ଟ୍ରମ୍ପ ନିଜର ପ୍ରଥମ କାର୍ୟ୍ୟକାଳ ସମୟରେ ସେନାକୁ ମିଳୁଥିବା ଆର୍ଥିକ ସାହାଯ୍ୟ ଉପରେ ମଧ୍ୟ କଟକଣା ଲଗାଇଥିଲେ ।