କନକ ବ୍ୟୁରୋ: ସୁନା ଉପରେ କୌଣସି ଟାରିଫ୍ ଲାଗୁ ହେବ ନାହିଁ । ବିଭିନ୍ନ ଦେଶ ଉପରେ ଆମେରିକାର ଟାରିଫ୍ ଲାଗୁ ପରେ ଏନେଇ ଆଶଙ୍କା ଲାଗି ରହିଥିଲା । ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ସ୍ପଷ୍ଟ କରିଛନ୍ତି ଯେ ସୁନା ଆମଦାନୀ ଉପରେ ଟାରିଫ୍ ଲାଗୁ ହେବନାହିଁ । ପୂର୍ବରୁ ଆମେରିକାର କଷ୍ଟମ୍ସ ଏବଂ ସୀମା ସୁରକ୍ଷା ବିଭାଗ କହିଥିଲା ଯେ, ସୁନା ଉପରେ ଭାରୀ ଟିକସ ଲାଗୁ କରାଯାଇପାରି । ଏହାପରେ ଆଶଙ୍କା ଲାଗି ରହିଥିଲା । ନିବେଶକ, ସୁନା ବ୍ୟବସାୟୀ ଓ ଗ୍ରାହକ ଚିନ୍ତାରେ ପଡ଼ି ଯାଇଥିଲେ । ଆଜି ଟ୍ରମ୍ଫ୍ ଏହି ଆଶଙ୍କା ଦୂର କରିଛନ୍ତ । ସୁନା ଉପରେ ଟାରିଫ୍ ଲାଗୁ ହେବନାହିଁ। ଟ୍ରମ୍ପ୍ ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିଛନ୍ତି । ସୁନା ଉପରେ ଟାରିଫ୍ ଲାଗୁ ନକରିବା ନେଇ ଏଥିରେ ସ୍ପଷ୍ଟ କରାଯାଇଛି । 
ସୁନା ଉପରେ ଲାଗିବନି ଟାରିଫ୍  
ସୁନା ଉପରେ ଟାରିଫ୍ ଲାଗିବ ନାହିଁ
ସ୍ପଷ୍ଟ କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍
ପୂର୍ବରୁ ଏନେଇ ଆଶଙ୍କା ଲାଗି ରହିଥିଲା
ନିବେଶକ, ସୁନା ବ୍ୟବସାୟୀ ଓ ଗ୍ରାହକ ଚିନ୍ତାରେ ଥିଲେ