କନକ ବ୍ୟୁରୋ : ଭାରତ ଓ ଆମେରିକା ମଧ୍ୟରେ ଟାରିଫକୁ ନେଇ ବ୍ୟବସାୟ ବାର୍ତ୍ତା ଜାରି ରହିଛି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଆପଲ ସିଇଓ ଟିମ୍ କୁକଙ୍କୁ ଭାରତରେ ଆପଲ ଫୋନ ନବନାଇବାକୁ ପରାମର୍ଶ ଦେଇଛନ୍ତି । ଟ୍ରମ୍ପ୍ କହିଛନ୍ତି  ମୁଁ ଚାହୁଁନାହିଁ ଆପଣ ଭାରତରେ ଆପଲର କୌଣସି ସାମଗ୍ରୀ ନିର୍ମାଣ କରନ୍ତୁ, ଭାରତ ତା'ର ନିଜ କଥା ନିଜେ ବୁଝିବ । 
କେବଳ ସେତିକି ନୁହେଁ ଆଉ ଏକ ବଡ଼ ଦାବି କରିଛନ୍ତି ଟ୍ରମ୍ପ୍ । ସେ କହିଛନ୍ତି କି, ଭାରତ ତରଫରୁ ଆମେରିକାର ଅନେକ ସାମଗ୍ରୀ ଉପରେ ଶୂନ୍ୟ ଟାରିଫ୍ ଲଗାଇବାକୁ ପରାମର୍ଶ ଦେଇଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି କି, ଭାରତ ତରଫରୁ ଆମେରିକାର ଅନେକ ସାମଗ୍ରୀ ଉପରେ ଟାରିଫ୍ କମ୍ କରିବାକୁ ପରାମର୍ଶ ଦିଆଯାଇଛି । କାରଣ ଭାରତ ଆମଦାନୀ ଶ୍ଳୁକ ଉପରେ ବୁଝାମଣା କରିବାକୁ ଚାହୁଥିବା କଥା ଟ୍ରମ୍ପ କହିଛନ୍ତି । 

Advertisment

କତ୍ତରରେ ଗୁରୁବାର ଦିନ ବ୍ୟବସାୟ ଜଗତର କିଛି ନେତାଙ୍କ ସହ ବୈଠକ ଚାଲିଥିବା ବେଳେ ଟ୍ରମ୍ପ୍ କହିଛନ୍ତି, ଭାରତ ଆମ ସହିତ ଏଭଳି ପରାମର୍ଶ ଦେଇଛି, ଯେଉଁଥିରେ ସେ ଆମ ଠାରୁ କୌଣସି ଟାରିଫ୍ ଆଦାୟ କରିବାକୁ ଚାହୁନାହିଁ । ଏହାସହ ଭାରତ ସହ ବ୍ୟବସାୟ ବାର୍ତ୍ତା ନେଇ ଚାଲିଥିବା କଥାବାର୍ତ୍ତା ଆଗକୁ ବଢୁଥିବାର ସଂକେତ ଦେଇଛନ୍ତି ଟ୍ରମ୍ପ୍ । ମିିଶିଗନ ଠାରେ ଗୋଟିଏ ଦିନ ପୂର୍ବରୁ ଆୟୋଜିତ ବୈଠକରେ ଟ୍ରମ୍ପ କହିଥିଲେ କି, ଭାରତ ସହ ଟାରିଫ ନେଇ ଠିକ୍ ଆଲୋଚନା ଚାଲିଛି ।