କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରକ୍ଷା ବିଭାଗ (ଡିପାର୍ଟମେଣ୍ଟ ଅଫ୍ ଡିଫେନ୍ସ) ର ନାମ ବଦଳାଇ ଯୁଦ୍ଧ ବିଭାଗ ବା ଡିପାର୍ଟମେଣ୍ଟ ଅଫ୍ ୱାର କରିଦେଇଛନ୍ତି । ଏନେଇ ଶୁକ୍ରବାର ଦିନ ଏକ ଏଗଜ୍ୟୁକିଟିଭ ଅର୍ଡର ଉପରେ ଦସ୍ତଖତ କରିଛନ୍ତି । ଏହି ନିଷ୍ପତ୍ତି ଉପରେ ମୋହର ଲାଗିବା ପରେ ଟ୍ରମ୍ପ କହିଛନ୍ତି କି, ଏହା ମାଧ୍ୟମରେ ବାକି ଦୁନିଆକୁ ଏକ ମେସେଜ ମିଳିବ । 

Advertisment

ଆମେରିକାର ଡିପାର୍ଟମେଣ୍ଟ ଅଫ୍ ଡିଫେନ୍ସ ମୁଖ୍ୟାଳୟକୁ ପେଣ୍ଟାଗନ କୁହାଯାଏ । ହ୍ୱାଇଟ୍ ହାଉସରୁ ଯେତେବେଳେ ଟ୍ରମ୍ପ ଏହି ନିଷ୍ପତ୍ତି ଉପରେ ଦସ୍ତଖତ କଲେ ସେତେବେଳେ ତାଙ୍କ ପାଖରେ ପେଣ୍ଟାଗନ ପ୍ରମୁଖ ପିଟ ହେଗସେଥ ସାମିଲ ଥିଲେ । ଏନେଇ ଟ୍ରମ୍ପ କହିଥିଲେ କି ୭୦ ବର୍ଷ ଧରି ଥିବା ଏହି ନାମ ଅସ୍ପଷ୍ଟ ଥିଲା । 

ନୂଆ ନାମ ଯୁଦ୍ଧ ବିଭାଗ ବା ୱାର ଡିପାର୍ଟମେଣ୍ଟକୁ ମନେ ପକାଇବ । ୱାର ଡିପାର୍ଟମେଣ୍ଟର  ବ୍ୟବହାର ୧୭୮୯ ଅର୍ଥାତ ବ୍ରିଟେନରୁ ସ୍ୱାଧୀନ ହେବାର ଠିକ୍ ପରଠାରୁ ୧୯୪୭ ପର୍ଯ୍ୟନ୍ତ ଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିବା ପର୍ଯ୍ୟନ୍ତ ଏହି ନାମ ବ୍ୟବହାର ହେଉଥିଲା । ଅର୍ଥାତ ୧୫୦ ବର୍ଷରୁ ଅଧିକ ଧରି ଏହି ନାମ ବ୍ୟବହାର ହେଉଥିଲା ।

ବାସ୍ତବରେ ଔପଚାରିକ ଭାବେ କଂଗ୍ରେସର ବିନା ଅନୁମତିରେ ନାମ ବଦଳାଯାଇପାରିବ ନାହିଁ । ହେଲେ ଟ୍ରମ୍ପ ବି ଏହି ନିୟମକୁ ଭାଙ୍ଗି ଦେଇଛନ୍ତି । ରାଷ୍ଟ୍ରପତି ଯେଉଁ ନୂଆ ଆଦେଶ ପାରିତ କରିଛନ୍ତି ସେହି ମୁତାବକ ନୂଆ ସ୍ତରର ଡିପାର୍ଟମେଣ୍ଟ ଅଫ୍ ୱାରର ଉପଯୋଗ ସେକେଣ୍ଡାରୀ ଟାଇଟଲ ଭାବେ ବ୍ୟବହାର କରାଯିବ ।