କନକ ବ୍ୟୁରୋ : ଆମେରିକାର ୨ ମିତ୍ରରାଷ୍ଟ୍ର ଜାପାନ ଓ ଦକ୍ଷିଣ କୋରିଆକୁ ବି ଛାଡ଼ିଲେନି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜାପାନ ଓ ଦକ୍ଷିଣ କୋରିଆ ଉପରେ ୨୫ ପ୍ରତିଶତ ଶୁଳ୍କ ବସାଇବାକୁ ଘୋଷଣା କରିଛନ୍ତି । ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦୁଇ ପୃଷ୍ଠାର ଏକ ଚିଠି ଜାରି କରିଛନ୍ତି । ଆମେରିକା ଜାପାନ ଏବଂ ଦକ୍ଷିଣ କୋରିଆ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ ବୋଲି ଏଥିରେ କୁହାଯାଇଛି ।

Advertisment

ଏହି ନୂଆ ଶୁଳ୍କ ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହେବ । ଜାପାନ-ଦକ୍ଷିଣ କୋରିଆ ସହ ଅନ୍ୟ ୧୨ଟି ଦେଶ ଉପରେ ମଧ୍ୟ ଶୁଳ୍କ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି । ଜାପାନ ଓ ଦକ୍ଷିଣ କୋରିଆ ଉପରେ ଶୁଳ୍କ ଲଗାଇବାର କିଛି ଘଣ୍ଟା ପରେ ଏସବୁ ଦେଶ ଉପରେ ଶୁଳ୍କ ଲଗାଇବା ନେଇ ଘୋଷଣା କରିଛନ୍ତି । ଭାରତ ସହ ବାଣିଜ୍ୟ ଚୁକ୍ତି ନେଇ ମଧ୍ୟ ମତ ରଖିଛନ୍ତି ଟ୍ରମ୍ପ । କହିଛନ୍ତି, ଭାରତ ସହିତ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ ହୋଇଛୁ । ଏହା ସହ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବା ନେଇ ପୁଣି ଦାବି କରିଛନ୍ତି ।

ଟ୍ରମ୍ପ କହିଛନ୍ତି, ବହୁତ ବଡ଼ ଲଢ଼େଇ ଥିଲା ଭାରତ ଏବଂ ପାକିସ୍ତାନ । ଭାରତ ଏବଂ ପାକିସ୍ତାନ ସହିତ କାରବାର କରୁଛୁ । ଯଦି ତୁମେ ଯୁଦ୍ଧ କରିବାକୁ ଚାହୁଁଛ ତେବେ ଆମେ ତୁମ ସହିତ କୌଣସି ପ୍ରକାରର କାରବାର କରିବୁ ନାହିଁ ବୋଲି କୁହାଯାଇଥିଲା । ସେମାନେ ପରମାଣୁ ଯୁଦ୍ଧ ସ୍ଥିତିରେ ଥିଲେ, ତାହାକୁ ବନ୍ଦ କରିବା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।