କନକ ବ୍ୟୁରୋ : ପ୍ରାୟ ୩ବର୍ଷ ହେବ ଚାଲିଆସୁଥିବା ଋଷ-ୟୁକ୍ରେନ୍ ଯୁଦ୍ଧରରେ ପଡିବ ପୁର୍ଣ୍ଣଛେଦ ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି । ନିର୍ବାଚନ ପୂର୍ବରୁ ଯୁଦ୍ଧ ବିରତି ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଡାନାଲ୍ଡ ଟ୍ରମ୍ପ । ଆଉ କହିଥିଲେ କ୍ଷମତାକୁ ଆସିବାର ପରଦିନ ମୋର ପ୍ରଥମ କାମ ରହିବ ଋଷ-ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଚେଷ୍ଟା କରିବା । 

Advertisment

ଆମେରାକି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡରେ ୱାଲ୍ଡ ଇକୋନୋମିକ୍ ଫୋରମ୍ ସହ ଭିଡୋଓ କନଫରେନ୍ସିଂ ବେଳେ କହିଛନ୍ତି, ମୁଁ ଖୁବଶୀଘ୍ର ଋଷ ରାଷ୍ଟ୍ରପତିଙ୍କ ସହ ଭେଟିବାକୁ ଚାହୁଁଛି । ଯୁଦ୍ଧକୁ ତୁରନ୍ତ ବନ୍ଦ କରିବାର ସମୟ ଆସିଛି । ଯୁଦ୍ଧ ଦ୍ୱାରା ଅନେକ ଧନଜୀବନ ନଷ୍ଟ ହେଉଛି । ଅନେକ ପ୍ରାଣହାନୀ ଘଟିଛି । ଅର୍ଥନୀତି ଉପରେ ବି ଏହାର ପ୍ରଭାବ ପଡୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଯୁଦ୍ଧ ବନ୍ଦ ହେବା ଆବଶ୍ୟକ ରହିଛି । 

ମୁଁ ଶୀଘ୍ର ଟ୍ରମ୍ପଙ୍କ ସହ ଭେଟିବାକୁ ଚାହୁଁଛି
ଯୁଦ୍ଧ ରୋକିବା ପାଇଁ ମୁଁ ବାସ୍ତବରେ ପୁଟିନଙ୍କ ସହ ଭେଟିବାକୁ ଚାହୁଁଛି । ଦୀର୍ଘ ବର୍ଷ ହେବ ଚାଲିଆସୁଥିବା ଯୁଦ୍ଧରେ ଉଭୟ ଦେଶ କ୍ଷତି ସହିଲେଣି । ୟୁକ୍ରେନର ଅନେକ ଅଞ୍ଚଳ ନଷ୍ଟଭ୍ରଷ୍ଟ ହୋଇଗଲାଣି । ଅନେକ ଜୀବନ ନଷ୍ଟ ହେବାଣି ତେଣୁ ତୁରନ୍ତ ଯୁଦ୍ଧର ସମାପ୍ତି ଘଟିବାର ଆବଶ୍ୟକତା ରହିଛି । 

ଯୁଦ୍ଧ ସମାପ୍ତି ପାଇଁ ଚୀନର ବଡ ଭୂମୀକା ରହିବ 
ଯୁଦ୍ଧ ରୋକିବାରେ ଚୀନ ବି ସହାୟତା କରିବା ଆବଶ୍ୟକ ରହିଛି । ଚୀନ୍ ସହ ଭଲ ସମ୍ପର୍କ ବନାଇ ରଖିବା କଥା କହି ଡୋନାଲ୍ଡ ଟ୍ରମ୍ପ ଏହା କହିଛନ୍ତି । ସେ କହିଛନ୍ତି, ଋଷ-ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକାର ଚେଷ୍ଟା ଆରମ୍ଭ ହୋଇସାରିଛି । କିନ୍ତୁ ଯୁଦ୍ଧ ରୋକିବା ପାଇଁ ଚୀନର ଭୂମୀକା ବି ଗୁରୁତ୍ୱପୂର୍ଣ୍ଣ ଅଟେ । 

ଋଷ ସହ ଆମେରିକା ଶାନ୍ତି ଚାହେଁ 
ଟ୍ରମ୍ପଙ୍କ ଏହି ବୟାନ୍ ବିଶ୍ୱ ରାଜନୀତିରେ ଆଲୋଡନ ସୃଷ୍ଟି କରିଛି । ଆମେରିକା ଓ ଋଷ ମଧ୍ୟରେ ଭଲ ସମ୍ପର୍କକୁ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି । ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଥିବା ଭଲ ସମ୍ପର୍କର କଥା ମଧ୍ୟ ଅନେକ ସମୟରେ ସାମ୍ନାକୁ ଆସିଛି । ତେବେ ଏହି ସମ୍ପର୍କ ଆଗାମୀ ଦିନରେ ଯୁଦ୍ଧକୁ ରୋକିବା ପାଇଁ ସହାୟକ ହେବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।