କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗୁଳି କରି ହତ୍ୟା । କଞ୍ଜରଭେଟିଭ ଆକ୍ଟିଭିଷ୍ଟ ଚାର୍ଲି ର୍କିକଙ୍କୁ ଏକ ପବ୍ଲିକ କାର୍ଯ୍ୟକ୍ରମରେ ଗୁଳି କରି ହତ୍ୟାକରାଯାଇଛି । ୟୁତାହ କଲେଜରେ ଏକ କାର୍ଯ୍ୟକ୍ରମରେ ଚାର୍ଲି ର୍କିକ ଗୁଳି ମାଡ଼ରେ ଟଳିପଡିଛନ୍ତି । ଯାହାକୁ ନେଇ ଆମେରିକାରେ ରାଜନୈତିକ ହିଂସା ଭୟ ବଢିଛି । ୩୧ ବର୍ଷିୟ ଚାର୍ଲି ର୍କିକଙ୍କ ମୃତ୍ୟୁ ନେଇ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।
ଚାର୍ଲି ର୍କିକ ହେଉଛନ୍ତି ୟୁଥ ଇନ ଆମେରୀକାର ସହପ୍ରତିଷ୍ଠାତା ଏବଂ ସିଇଓ । ୨୦୦ ମିଟର ଦୂର ଏକ ବିଲ୍ଡିଂରୁ ତାଙ୍କୁ ଗୁଳି କରାଯାଇଛି । ତେବେ ରାଜନୈତିକ ହିଂସା ଏବଂ ଗୁଳିକାଣ୍ଡରେ ପଛରେ ଯେଉଁମାନେ ବି ଅଛନ୍ତି କାହାରୀଙ୍କୁ ଛଡାଯିବନି ବୋଲି କହିଛନ୍ତି ଟ୍ରମ୍ପ । ଚାର୍ଲି ର୍କିକଙ୍କ ପାଇଁ ଟ୍ରମ୍ପଙ୍କୁ ନିର୍ବାଚନରେ ଯୁବପିଢିଙ୍କ ଅଧିକ ସମର୍ଥନ ମିଳିଥିଲା । ଜଣେ ପୋଡକାଷ୍ଟର ଭାବେ ସେ ଯୁବପିଢିଙ୍କ ମଧ୍ୟରେ ବେଶ୍ ପରିଚିତ ଥିଲେ ।