କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କମିଛି ଡଲଫିନ ସଂଖ୍ୟା । ଗତବର୍ଷ ତୁଳନରେ ଚଳିତବର୍ଷ ୧୧ ଟି ଡଲଫିନ ସଂଖ୍ୟା ହ୍ରାସ ପାଇଛି । ଗତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେ ୫୦୪ ଟି ପାଞ୍ଚ ପ୍ରଜାତିର ଡଲଫିନ ଦେଖାଯାଇଥିବା ବେଳେ ଚଳିତବର୍ଷ ୪୯୩ ଟି ଡଲଫିନ ଗଣନା କରାଯାଇଛି । 

Advertisment

ଧାମରା ମୁହାଁଣ ଠାରୁ ଦେବି ମୁହାଁଣ ଯାଏଁ ସମୁଦ୍ର ମଧ୍ୟ୍ୟରେ ଓ ଭିତରକନିକା ର ନଦୀ ଓ କ୍ରିକ ମାନଙ୍କରେ ବନବିଭାଗ ର ୯ ଟୀ ଟିମ ୩ ଦିନ ଧରି ଡଲଫିନ ଗଣନା କରିଥିଲେ । ପୂର୍ବରୁ କେବଳ ଚିଲିକାରେ ଡଲଫିନ ଗଣନା କରାଯାଉଥିଲା । ୨୦୧୫ ମସିହାରେ ଜଙ୍ଗଲ ଓ ପରିବେଶ ବିଭାଗର ଅନୁମୋଦନ କ୍ରମେ ଭିତରକନିକା ରେ ଡଲଫିନ ଗଣନା କରାଯାଉଛି । ଚିଲିକା ରେ ଇରାୱାଡି ନାମକ ଗୋଟିଏ ପ୍ରଜାତିର ଡଳଫିନ ଦେଖା ଯାଉଥିବା ବେଳେ ଭିତରକନିକା ଇରାୱାଡି ,ବଟଲନୋଜ ,ହମ୍ପବ୍ୟାକ ,ପରିପଏସ ,ଫିନଲେସ ଓ ଗାଙ୍ଗେଟିକ ପ୍ରଭୁତି ୫ ପ୍ରଜାତିର ଡଲଫିନ ଦେଖା ଯାଆନ୍ତି କ୍ଷ ଚଳିତବର୍ଷ ବାବୁବାଲି ଓ ହାବାଳୀଖଟି ନିକଟରେ ହମ୍ପବ୍ୟାକ ନାମକ ଡଲଫିନ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛି । 

ଆହୁରି ପଢ଼ନ୍ତୁ :ହାତୀ ପାଇଁ ବାଟ ଛାଡ଼ିଲା ଟ୍ରେନ୍, ରେଳଟ୍ରାକ ଅତିକ୍ରମ କରୁଥିଲେ ୧୪ଟିକିଆ ହାତୀପଲ