କନକ ବ୍ୟୁରୋ: ଚିଲିକାରେ ଡଲଫିନକୁ ଗଣିବ ବନ ବିଭାଗ। ଏଥିପାଇଁ ସମସ୍ତ ମୋଟର ବୋଟ୍‌ ସଂଘକୁ ଚିଠି ଲେଖିଲେ ଡିଏଫଓ । ତିନିଦିନର କଟକଣା ଲାଗୁ ପାଇଁ ଚିଠି । ଏ ନେଇ ସାତପଡ଼ା ଏବଂ ଚିଲିକାର ସମସ୍ତ ମୋଟର ବୋଟ୍ ସଂଘକୁ ଚିଠି ଲେଖିଲେ ଚିଲିକା ଡିଏଫଓ । ୨୦, ୨୧  ଓ ୨୨ ତାରିଖ ଏହି ତିନିଦିନ ସକାଳୁ ଦିନ ୧୨ ଯାଏଁ ଚିଲିକାରେ ସମସ୍ତ ପ୍ରକାର ଡ଼ଙ୍ଗା ଚଳାଚଳକୁ ବାରଣ ପାଇଁ ନିର୍ଦ୍ଦେଶ। ଏଥିପାଇଁ ଚିଲିକା ବନ ଖଣ୍ଡର ୧୮ ଟିମ୍ ନିୟୋଜିତ ହୋଇଛନ୍ତି।

Advertisment

ଡଲଫିନ ଗଣନା ସମୟରେ କୌଣସି ବାଧା ସୃଷ୍ଟି ନ ହେବା ପାଇଁ ସମସ୍ତ ପ୍ରକାର ଡ଼ଙ୍ଗା ଚଳାଚଳକୁ ବନ୍ଦ ରଖିବାକୁ ଚିଠିରେ ନିର୍ଦ୍ଦେଶ ଦେଲେ ବାଲୁଗାଁ ଚିଲିକା ଡିଭିଜନର ଡିଏଫ୍ଓ। ଆସନ୍ତାକାଲି ଗଣନା କାର୍ଯ୍ୟ କରାଯିବ। ଏ ନେଇ ଏକ ପ୍ରଶିକ୍ଷଣ ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ । ସକାଳ ୬ଟାରୁ ଅପରାହ୍ନ ୧୨ ପର୍ଯ୍ୟନ୍ତ ଚିଲିକାରେ ଡ଼ଙ୍ଗା ଏବଂ ଯାତ୍ରୀବାହୀ ଭସାପୋଲକୁ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି।  

ଆହୁରି ପଢନ୍ତୁ:ଗଞ୍ଜାମରେ ମୁଖ୍ୟମନ୍ତ୍ରୀ ବସ ସେବା ଅଧୁରା: ଉପାନ୍ତ ପଞ୍ଚାୟତ ଓ ଗାଁ ଲୋକେ ବଞ୍ଚିତ

ଏହି ଶୀତ ୠତୁରେ ଚିଲିକାରେ ୧୧,୩୨ ଲକ୍ଷରୁ ଅଧିକ ପକ୍ଷୀ ଅତିଥିଙ୍କୁ ସ୍ବାଗତ କରିଛି । ରବିବାର ଦିନ ବାର୍ଷିକ ମଧ୍ୟ-ଶୀତକାଳୀନ ଜଳପକ୍ଷୀ, ଜଳପକ୍ଷୀ ସ୍ଥିତି ସର୍ଭେ-୨୦୨୬ ରେ ପ୍ରକାଶିତ ହୋଇଛି ଯେ ୨୦୨୫ ଗଣନା ତୁଳନାରେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା ପ୍ରାୟ ୫,୦୦୦ ଅଧିକ ରହିଛି । ଗତବର୍ଷ ଏହା ୧୧.୨୭ ଲକ୍ଷ ଥିଲା। ତଥାପି ଆର୍ଦ୍ରଭୂମିରେ ରେକର୍ଡ ହୋଇଥିବା ପ୍ରଜାତି ସଂଖ୍ୟା ଗତ ଦୁଇ ବର୍ଷ ଧରି ୧୯୬ ରେ ସ୍ଥିର ରହିଛି, ଯଦିଓ ଚଳିତ ବର୍ଷ ହ୍ରଦରେ ଦୁଇଟି ନୂତନ ପ୍ରଜାତି ପ୍ଲେନ୍ ମାର୍ଟିନ୍ ଏବଂ ବେଙ୍ଗଲ୍ ବୁଶ୍ ଲାର୍କ ଚିହ୍ନଟ ହୋଇଛି।

ଚିଲିକା ଡିଏଫଓ କହିଛନ୍ତି ଯେ ଚଳିତ ବର୍ଷ ସେମାନେ ୨୧ଟି ଦଳ ଗଠନ କରିଛନ୍ତି ଏବଂ ପ୍ରବାସୀ ପକ୍ଷୀଙ୍କ ପାଇଁ ହ୍ରଦକୁ ସୁରକ୍ଷିତ ରଖିବା ପାଇଁ ରଣନୈତିକ ସ୍ଥାନରେ ୪୮ ଜଣ ସୁରକ୍ଷା ଦଳ ସଦସ୍ୟଙ୍କୁ ଅସ୍ଥାୟୀ ଭାବରେ ନିୟୋଜିତ କରିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଜାନୁଆରି ୨୦ ମଙ୍ଗଳବାରରେ ୧୮ଟି ଦଳକୁ ନେଇ ହ୍ରଦରେ ଡଲଫିନ୍ ଗଣନା କରାଯିବ।