କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି । କିଛି ଦିନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ବିଷୟରେ କହିଥିଲେ ଯେ ଏଥିରେ ତାଙ୍କର କୌଣସି ଭୂମିକା ନାହିଁ । ଏବେ ପୁଣି ଥରେ ଟ୍ରମ୍ପ କହିଛନ୍ତି ଯେ ମୁଁ ଭାରତ-ପାକିସ୍ତାନକୁ ଯୁଦ୍ଧ କରିବାରୁ ଅଟକାଇଲି । କାରଣ ମତେ ଲାଗୁଥିଲା ଏହା ଏକ ପରମାଣୁ ବିପତ୍ତି ଆଣିପାରେ । ସେ ଆହୁରି ମଧ୍ୟ କହିଛନ୍ତି , ମତେ ଲାଗୁଛି ଯେଉଁ ଚୁକ୍ତି ପାଇଁ ସବୁଠାରୁ ମୁଁ ଗର୍ବିତ ତାହା ହେଉଛି , ଆମେ ଭାରତ ସହିତ କାମ କରୁଛୁ , ଆମେ ପାକିସ୍ତାନ ସହିତ ମଧ୍ୟ କାମ କରୁଛୁ ଏବଂ ମୁଁ ଗୁଳି ବଦଳରେ ବାଣିଜ୍ୟ ମାଧ୍ୟମରେ ଏକ ସମ୍ଭାବ୍ୟ ପରମାଣୁ ଯୁଦ୍ଧକୁ ରୋକିପାରିଲି ।
#WATCH | US President Donald Trump says, "I think the deal I'm most proud of is the fact that we're dealing with India, we're dealing with Pakistan, and we were able to stop potentially a nuclear war through trade as opposed through bullets. You know, normally they do it through… pic.twitter.com/63wkY2O054
— ANI (@ANI) May 31, 2025
ତେଣୁ ଏହାକୁ ନେଇ ମୁଁ ବହୁତ ଗର୍ବ ଅନୁଭବ କରେ । କେହି ଏହା ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ, କିନ୍ତୁ ଭାରତ-ପାକିସ୍ତାନ ମଧ୍ୟରେ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ସମ୍ଭାବ୍ୟ ଯୁଦ୍ଧ ଚାଲିଥିଲା । ହେଲେ ଏବେ ଯଦି ଆପଣ ଦେଖନ୍ତି , ସବୁକିଛି ଠିକ୍ ଚାଲିଛି । ଟ୍ରମ୍ପ କହିଛନ୍ତି ଯେ ପାକିସ୍ତାନର ପ୍ରତିନିଧିମାନେ ଆସନ୍ତା ସପ୍ତାହରେ ଆସୁଛନ୍ତି । ଆମେ ଭାରତ ସହିତ ଏକ ଚୁକ୍ତି କରିବାକୁ ଯାଉଛୁ । ଯଦି ସେମାନେ ପରସ୍ପର ସହିତ ଯୁଦ୍ଧ କରିବାକୁ ଯାଉଛନ୍ତି ତେବେ ମୁଁ ସେମାନଙ୍କ ସହିତ ଚୁକ୍ତି କରିବାକୁ ଆଗ୍ରହୀ ହେବି ନାହିଁ ।
#WATCH | US President Donald Trump says, "Pakistan representatives are coming in next week. We're very close to making a deal with India. And I wouldn't have any interest in making a deal with either if they were going to be at war with each other..."
— ANI (@ANI) May 31, 2025
(Source: US Network Pool… https://t.co/DO7Dh6YOd7 pic.twitter.com/5Cmwg5LAdh
ଟ୍ରମ୍ପ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନର ନେତାମାନଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଛି । ମୁଁ ବାଣିଜ୍ୟ ବିଷୟରେ କଥା ହୋଇଥିଲି ଏବଂ କହିଥିଲି ଯେ ମୁଁ ସେମାନଙ୍କ ସହ ବାଣିଜ୍ୟ ବ୍ୟାପାର କରିବିନାହିଁ , ଯେଉଁମାନେ ପରସ୍ପରକୁ ଉପରକୁ ଗୁଳି ଚାଳନା କରୁଛନ୍ତି ଏବଂ ପରମାଣୁ ଅସ୍ତ୍ର ବ୍ୟବହାର କରିବା କଥା ଉଠାଉଛନ୍ତି । ଭାରତ ଏବଂ ପାକିସ୍ତାନର ନେତାମାନେ ମହାନ ନେତା , ସେମାନେ ଏହାକୁ ବୁଝିପାରିଲେ , ମୋ କଥାରେ ରାଜି ହେଲେ ଏବଂ ଯୁଦ୍ଧ ପରିସ୍ଥିତିକୁ ବନ୍ଦ କଲେ ।
ଆପଣଙ୍କୁ କହିରଖୁଛୁ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 'ଅସ୍ତ୍ରବିରତି' ସମ୍ପର୍କରେ ସୂଚନା ଦେବାରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଥିଲେ । ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଥିଲେ ଯେ ଭାରତ-ପାକିସ୍ତାନ ମଧ୍ୟରେ ଏକ ଅସ୍ତ୍ରବିରତି ହୋଇଛି । ସେ ଦାବି କରିଥିଲେ ଯେ ସାରା ରାତି ଚାଲିଥିବା ଆଲୋଚନାରେ ଆମେରିକା ମଧ୍ୟସ୍ଥତା କରିଥିଲା । ଏଥିପାଇଁ ସେ ଭାରତ ଏବଂ ପାକିସ୍ତାନକୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ତାଙ୍କ ପୋଷ୍ଟ ପରେ ହିଁ ଭାରତ ଏବଂ ପାକିସ୍ତାନ ଯୁଦ୍ଧବିରତି ଘୋଷଣା କରିଥିଲେ । କିନ୍ତୁ ଭାରତ ସରକାର ଟ୍ରମ୍ପଙ୍କ ଘୋଷଣାକୁ ଅସ୍ୱୀକାର କରିଥିଲେ । ସରକାର କହିଥିଲେ ଯେ ଏହି ଅସ୍ତ୍ରବିରତିରେ ତୃତୀୟ ଦେଶର କୌଣସି ଭୂମିକା ନାହିଁ ।