କନକ ବ୍ୟୁରୋ: କୁକୁରର କରାମତି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ଉଦ୍ଧାର କାର୍ୟ୍ୟରେ କୁକୁର ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛନ୍ତି । ବାତ୍ୟା ହେଉ କି ବନ୍ୟା କିମ୍ୱା କୌଣସି ବି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଆଗରେ ରହୁଛନ୍ତି କୁକୁର ଏଥିପାଇଁ କଟକରେ କୁକୁରଙ୍କୁ ସ୍ବତନ୍ତ୍ର ତାଲିମ୍ ଦିଆଯାଉଛି ।
କୁକୁରଙ୍କ କମାଲ। ଉଦ୍ଧାର କାମରେ ବଡ଼ଯୋଦ୍ଧା । ପ୍ରାକୃତିକ ବିପର୍ଯ୍ୟୟ ବେଳେ ଯେଉଁଠି ସାଧାରଣ ମଣିଷ ପହଞ୍ଚିବା କଷ୍ଟ, ସେଠି କୁକୁର କରାମତି ଦେଖାଉଛି । ବଡ଼ ସୁରକ୍ଷା କବଚ ସାଜୁଛି କୁକୁର । କୁକୁରଙ୍କୁ ଆହୁରି ଦକ୍ଷ କରିବା ପାଇଁ କଟକରେ ଏନଡିଆର୍ଏଫ୍ ପକ୍ଷରୁ ଦୁଇ ପ୍ରକାର ତାଲିମ ଦିଆଯାଉଛି । ପ୍ରଥମେ ଆଦେଶ ପାଳନ ଓ ପରେ ଭଙ୍ଗାକୋଠା ତଳୁ ଓ ପରିତ୍ୟକ୍ତ ସ୍ଥାନରୁ ମଣିଷକୁ ଠାବ କରିବା ପାଇଁ ଟେକ୍ନିକାଲ ତାଲିମ ଦିଆଯାଉଛି । ଟ୍ରେନିଂ ସମୟ ୫୬ ସପ୍ତାହ ।
ବାହାନଗା ଟ୍ରେନ୍ ଦୁର୍ଘଟଣା ଓ ବାହାର ରାଜ୍ୟରେ ଭୂସ୍ଖଳନରେ ମାଟି ତଳେ ଦବି ରହିଥିବା ମଣିଷକୁ ଠାବ କରିବା କଷ୍ଟସାଧ୍ୟ ଥିଲା । ତାଲିମପ୍ରାପ୍ତ କୁକୁର କମାଲ କରିଥିଲେ । ପ୍ରଖର ଘ୍ରାଣ ଶକ୍ତି ଦ୍ୱାରା ଫସିଥିବା ମଣିଷକୁ ଠାବ କରିବାରେ ସକ୍ଷମ ହେବା ପାଇଁ କୁକୁରଙ୍କୁ ଆହୁରି ତାଲିମ ଦିଆଯାଉଛି । ଏକ୍ଷେତ୍ରରେ ଓଡ଼ିଶା ପ୍ରଥମ ରାଜ୍ୟ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି ।
ଟ୍ରେନିଂ ପରେ କୁକୁରଙ୍କୁ ବାଲେଶ୍ଵର, କଟକ, ପୁରୀ, ଭୁବନେଶ୍ବର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର ଓ କୋରାପୁଟ ଆଦି ସ୍ଥାନରେ ରଖାଯିବ । କୌଣସି ବିପର୍ଯ୍ୟୟ ଘଟିଲେ ଉଦ୍ଧାର କାମରେ ବ୍ୟବହାର କରାଯିବ ।