କନକ ବ୍ୟୁରୋ: ହସ୍ପିଟାଲରେ ୱାର୍ଡରେ ବୁଲୁଛି କୁକୁର । ପୁରୀ ମେଡିକାଲ ଶିଶୁ ବିଭାଗ ୱାର୍ଡରେ ରାତିରେ ବୁଲୁଛି କୁକୁର । ଅତି ସମ୍ବେଦନଶୀଳ ନବଜାତ ଶିଶୁ ବିଭାଗର ୱାର୍ଡରେ କୁକୁର ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ତଥା କାର୍ଯ୍ୟରେ ଥିବା ସୁରକ୍ଷା କର୍ମୀ, ୱାର୍ଡ ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ଅବହେଳା ଯୋଗୁଁ ଶିଶୁ ବିଭାଗରେ ବୁଲା କୁକୁର ବୁଲୁଥିବା ଲୋକେ ଅଭିଯୋଗ କରିଛନ୍ତି । ସବୁଠାରୁ ବିଡମ୍ବନାର କଥା, କୁକୁରଟିକୁ ବାରମ୍ବାର ଘଉଡ଼ାଇବା ସତ୍ତ୍ୱେ ସେ ଭିତରକୁ ପଳାଇ ଆସୁଥିବା ଦେଖିବାକୁ ମିଳିଥିଲା । ପରେ ବାଧ୍ୟ ହୋଇ ଦ୍ୱାର ବନ୍ଦ କରାଯିବା ପରେ କୁକୁର ଆଉ ଆସି ନ ଥିଲା ।
ପୁରୀ ହସ୍ପିଟାଲରେ ବୁଲୁଛି କୁକୁର: କ’ଣ କରୁଛନ୍ତି ଦାୟିତ୍ବରେ ଥିବା କର୍ମଚାରୀ ଓ ସୁରକ୍ଷାକର୍ମୀ, ଉଠିଲା ପ୍ରଶ୍ନ
ହସ୍ପିଟାଲରେ ୱାର୍ଡରେ ବୁଲୁଛି କୁକୁର । ପୁରୀ ମେଡିକାଲ ଶିଶୁ ବିଭାଗ ୱାର୍ଡରେ ରାତିରେ ବୁଲୁଛି କୁକୁର । ଅତି ସମ୍ବେଦନଶୀଳ ନବଜାତ ଶିଶୁ ବିଭାଗର ୱାର୍ଡରେ କୁକୁର ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି ।
/kanak/media/media_files/2025/05/17/GVhWvQKxi23YbDsSYMUh.jpg)