Photograph: (kanaknews)
କନକବ୍ୟୁରୋ : ଓଡ଼ିଶା କେନେଲ କ୍ଲବ୍ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଡଗ୍ ସୋ । ଏଥିରେ ୩୦ରୁ ଅଧିକ ପ୍ରଜାତିର କୁକୁର ଭାଗ ନେଇଛନ୍ତି । ଭାରତୀୟ ବ୍ରିଡ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ଆୟୋଜିତ ହେଉଛି ଏ ଡଗ୍ ସୋ । ପ୍ରତିଯୋଗିତାରେ ଭଳିକି ଭଳି କୁକୁର ଦର୍ଶକଙ୍କ ମନ ଜିଣୁଛନ୍ତି।
ଅଧିକ ପଢନ୍ତୁ... ହୋଲ୍ଡିଂ ଟିକସ ଆଦାୟରେ ପଛରେ ପଡ଼ିଛି ପୁରୀ : ପୂରଣ ହୋଇପାରୁନି ବାର୍ଷିକ ଲକ୍ଷ୍ୟ
ଧଳା ରଙ୍ଗ ସାଙ୍ଗକୁ ଆକର୍ଷଣୀୟ ଚାହାଣି । ପୁଣି ମୁଣ୍ଡରେ ଏକାଧିକ ବେଣୀ । ଏ ହେଉଛି ଚାଇନା ବ୍ରିଡ୍ ସିଟଜୁ କୁକୁର। ଲମ୍ବା ଚୁଟି ହିଁ ଏହାକୁ ଅନ୍ୟ କୁକୁର ଠାରୁ ଅଲଗା କରିଥାଏ । ଭୁବନେଶ୍ୱରରେ ଚାଲିଥିବା ଡଗ୍ ସୋ’ରେ ଏଥରର ମୁଖ୍ୟ ଆକର୍ଷଣ ସାଜିଛି ଏ କୁକୁର । ସେହିପରି ଭାରତୀୟ ବ୍ରିଡ୍ ‘ମୁଧଲ ହାଉଣ୍ଡ’ ସୋ’ର ଅନ୍ୟତମ ଆକର୍ଷଣ ପାଲଟିଛି। ଦୃଷ୍ଟି ଶକ୍ତି ଖୁବ୍ ତୀକ୍ଷ୍ଣ ଏବଂ ଏମାନେ ଦ୍ରୁତଗାମୀ ମଧ୍ୟ । ବଡ଼ କଥା ହେଲା ଭାରତୀୟ ସେନା ଏବେ ‘ମୁଧଲ ହାଉଣ୍ଡ’ କୁକୁରକୁ ବିଭିନ୍ନ ଅପରେସନରେ ସାମିଲ କରିବାକୁ କରୁଛି ଯୋଜନା। ଏଭଳି ୩୦ ପ୍ରଜାତିର କୁକୁର ଡଗ୍ ସୋରେ ସାମିଲ ହୋଇଛନ୍ତି ।
ପଞ୍ଜାବ, ଦିଲ୍ଲୀ, ଇନ୍ଦୋର, ଜାମସେଦପୁର ଭଳି ବିଭିନ୍ନ ରାଜ୍ୟରୁ ୩ ଶହରୁ ଅଧିକ କୁକୁର ଏଥିରେ ସାମିଲ ହୋଇଛନ୍ତି। ବୟସ, ଉଚ୍ଚତା ଏବଂ ପ୍ରଜାତି ଅନୁସାରେ ଗ୍ରୁପ୍ କରାଯାଇଛି। ଗ୍ରୁପ୍ ଅନୁଯାୟୀ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୁକୁରଙ୍କୁ ପୁରସ୍କୃତ କରାଯିବ। ଦ୍ଵିତୀୟ ଦିନରେ ଆଜି ବେଷ୍ଟ ଓବିଡିଏଣ୍ଟ ସୋ ଏବଂ ଅଲ୍ ବ୍ରିଡ୍ ସୋ ପ୍ରତିଯୋଗିତା ହୋଇଛି। ସୋ ଦେଖିବକୁ କୁକୁରପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ଓଡ଼ିଶା କେନେଲ କ୍ଲବ ପକ୍ଷରୁ ଓୟୁଏଟି ଭେଟେରେନାରୀ କଲେଜ ପଡ଼ିଆରେ ଚାଲିଛି ଡଗ ସୋ। ଆସନ୍ତାକାଲି ଏହା ଶେଷ ହେବ ।
Follow Us