କନକ ବ୍ୟୁରୋ : ୧୯୦୭ ମସିହାରେ ଆମେରିକାର ଡାକ୍ତର ଡକନ ମ୍ୟାକଡୁଗଲ ଏକ ନିଆରା ପ୍ରୟୋଗ କରିଥିଲେ । ତାଙ୍କର ଯୁକ୍ତିଥିଲା କି, ଆତ୍ମାର କିଛି ଓଜନ ରହିଛି । ଏହାପରେ ସେ ମୃତ ଶରୀରର ଓଜନ ମାପିଥିଲେ । ଏଥିପାଇଁ ମାପିଥିଲେ ଯେ ମୃତ୍ୟୁ ସମୟରେ ଶରୀରର ଓଜନ ହଠାତ କାହିଁକି କମିଯାଇଥାଏ । ଡାକ୍ତର ଜଣଙ୍କ ଏକ ସ୍ୱତନ୍ତ୍ର ବିଛଣା ଭଳି ଏକ ମେସିନ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ଓଜନ ମପାଯାଇପାରିବ । ସେ ୬ ଟି ମୃତଦେହକୁ ଚୟନ କରିଥିଲେ । ଯେଉଁମାନେ ଗମ୍ଭୀର ରୋଗରେ ମୃତ୍ୟୁବରଣ କରିଥିଲେ । ଡାକ୍ତର ଜଣଙ୍କ ଏହି ୬ ଜଣଙ୍କର ଶେଷ ସମୟରେ ସେମାନଙ୍କ ଓଜନ ମାପିଥିଲେ । 

Advertisment

ଡାକ୍ତର ଦେଖିଥିଲେ କି ୬ ଜଣ ରୋଗୀଙ୍କ ମୃତ୍ୟୁ ପରେ ଜଣେ ରୋଗୀଙ୍କର ଓଜନ ହଠାତ ୨୧ ଗ୍ରାମ କମି ଯାଇଥିଲା । ଡାକ୍ତର ଜଣଙ୍କ କହିଥିଲେ କି କମି ଯାଇଥିବା ଓଜନ ସେହି ରୋଗୀଙ୍କ ଆତ୍ମାର । ହେଲେ ଅନେକ ରୋଗୀଙ୍କ ମୃତ୍ୟୁ ପରେ ଓଜନ ଭିନ୍ନ ଭିନ୍ନ ସ୍ତରରେ କମିଥିଲା । 

କେବଳ ମଣିଷ ନୁହେଁ ଡାକ୍ତର ଜଣଙ୍କ କିଛି କୁକୁରଙ୍କ ଉପରେ ବି ଏହି ପରୀକ୍ଷା କରିଥିଲେ । ହେଲେ କୁକୁରମାନଙ୍କ ମୃତ୍ୟୁ ପରେ ସେମାନଙ୍କ ଓଜନର କିଛି ପରିବର୍ତ୍ତନ ହୋଇ ନଥିଲା । ଏହାକୁ ନେଇ ଡାକ୍ତର ଜଣଙ୍କ ଯୁକ୍ତି ରଖିଥିଲେ କି କୁକୁରଙ୍କର କୌଣସି ଆତ୍ମା ନାହିଁ । ଏହି ଆଇଡିଆକୁ ନେଇ ହଲିଉଡର ଏକ ସିନେମା "୨୧ ଗ୍ରାମ' ନିର୍ମାଣ ହୋଇଥିଲା । 

୧୯୦୭ ର ଏହି ପରୀକ୍ଷା ମେଡିକାଲ ଜର୍ନାଲରେ ପ୍ରକାଶ ପାଇଥିଲା । କିଛି ଧାର୍ମିକ ଲୋକ ଗ୍ରହଣ କରିଥିଲେ କି ଆତ୍ମାର ଓଜନ ଏକ ସତ୍ୟ କଥା । ହେଲେ ମେଡିକାଲ ସାଇନ୍ସର ଡାକ୍ତରମାନେ ଏହାକୁ ତୁରନ୍ତ ଅଗ୍ରାହ୍ୟ କରିଦେଇଥିଲେ । ସେମାନଙ୍କ ଯୁକ୍ତି ଥିଲା କି ୬ ଜଣ ରୋଗୀଙ୍କ ଉପରେ ଏହା ପରୀକ୍ଷା କରିବା ଏକ ଛୋଟ ସାମ୍ପଲ । ଏହାସହ ପରୀକ୍ଷା କରିବାର ତରିକାରେ କିଛି ସ୍ୱତନ୍ତ୍ରତା ନଥିଲା । 

ଏହାପରେ ଡାକ୍ତର ମ୍ୟାକଡୁଗାଲ ଆଉ କିଛି ନିଆରା ପରୀକ୍ଷା କରିଥିଲେ । ସେ ଏକ୍ସ ରେ ମାଧ୍ୟମରେ ମଣିଷ ଆତ୍ମାର ଛବି ଉତ୍ତୋଳନ କରିବାକୁ ଚେଷ୍ଟା କରିଥିଲେ । ହେଲେ ସମୟ ସହିତ ଏହି ପରୀକ୍ଷାକୁ ଏକ ପାଖଣ୍ଡି ପାଗଣପଣ ବୋଲି କୁହାଯାଇଥିଲା । ଆଜି ବି ସମସ୍ତ ବୈଜ୍ଞାନିକମାନେ କହନ୍ତି ଆତ୍ମାର ଓଜନ ମାପିବା କୌଣସି ବୈଜ୍ଞାନିକ ପରୀକ୍ଷା ନୁହେଁ । ଏହା ଏକ ଅନ୍ଧବିଶ୍ୱାସ ।