କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପରବର୍ତ୍ତି ସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଛି । ସମସ୍ତଙ୍କ ପାଖରେ କିଭଳି ସ୍ୱାସ୍ଥ୍ୟସେବା ପହଞ୍ଚିବ ସେଥିପ୍ରତି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ଏମକେସିଜି ମେଡିକାଲ କଲେଜର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଥିବା ବେଳେ ସବୁଠି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବାକୁ କୁହାଯାଇଛି । ସମସ୍ତ ଚିକିତ୍ସାଳୟରେ ପର୍ୟପ୍ତ ପରିମାଣର ଔଷଧ, ଓଆରଏସ ଓ ଅନ୍ୟ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ରହିଛି । ସ୍ବତନ୍ତ୍ର ବେଡରୁ ନେଇ ଅକ୍ସିଜେନ୍ ମହଜୁଦ ରଖିବାକୁ କୁହାଯାଇଛି । କୌଣସି ଅଧିକାରୀ ସଦର ମହକୁମା ଛାଡିବେ ନାହିଁ । ଯେଉଁଠି ଔଷଧ ମହଜୁଦ ନାହିଁବା ଅଧିକ ଓୗଷଧର ଆବଶ୍ୟକତା ରହିଛି ତୁରନ୍ତ ବିଭାଗକୁ ଜଣାଇବାକୁ କୁହାଯାଇଛି।
ବାତ୍ୟା ପାଇଁ ଡାକ୍ତରଙ୍କ ଛୁଟି ବାତିଲ ; ଖୋଲିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍
ବାତ୍ୟା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି । ପର୍ଯ୍ୟାପ୍ତ ପରିମାଣର ଔଷଧ ରଖିବାକୁ ନିର୍ଦ୍ଦେଶ । ଖୋଲିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ସେପଟେ, ଏମକେସିଜିରେ ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ ।