କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଡ଼ାକ୍ତର। ବକେୟା ଦରମା କରେଇ ଦେବା ବାବଦକୁ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ଡାକ୍ତର । ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଡ଼ାକ୍ତର ବିଶ୍ବଜିତ ଭୂୟାଁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଡାକ୍ତର ବିଶ୍ବଜିତ ଭୂୟାଁ ଏବଂ ଫାର୍ମାସିଷ୍ଟ ଉତ୍ତମ କୁମାର ମହାଙ୍କୁଡଙ୍କୁ ଜୟପୁର ଭିଜିଲାନ୍ସ ଗିରଫ କରିଛି। ବୈପାରିଗୁଡା ଡ଼ାକ୍ତରଙ୍କ ଚାମ୍ବର ଏବଂ ଭଡ଼ା ଘର ଯାଞ୍ଚ କରିବା ସହ ଜୟପୁର ଭିଜିଲାନ୍ସ ଅଫିସକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି।