କୋଲକାତାରେ ପୁଣି ଡାକ୍ତର ଆନ୍ଦୋଳନ । ୧୦ ଦଫା ଦାବି ନେଇ ରାସ୍ତାରେ ଶହ ଶହ ଡାକ୍ତର, ଆସନ୍ତାକାଲି ବିଶାଳ ପଦଯାତ୍ରା

ସେମାନେ କହିଛନ୍ତି ଯେ ଯେ ପର୍ୟ୍ୟନ୍ତ ରୋଗୀ ସେବାରେ ସୁରକ୍ଷା, ଆମକୁ ସୁରକ୍ଷା ନ ମିଳିଛି ସେ ପର୍ୟ୍ୟନ୍ତ ଆମର ଧର୍ମଘଟ ଜାରି ରହିବ ।  ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ । ଡାକ୍ତରମାନେ ପୁଣି ଥରେ ସେମାନଙ୍କ ପ୍ରେସ ବିବୃତ୍ତିରେ ଦାବି କରିଛନ୍ତି। ଏଥର ଡାକ୍ତରମାନେ ୧୦ଟି ଦାବି ଉଲ୍ଲେଖ କରିଛନ୍ତି। ୪୫ଦିନ ପ୍ରଦର୍ଶନ କରିବା ପରେସେପ୍ଟମ୍ବର ୨୧ରେ ଓହରିଲେ ଡାକ୍ତର ।

efpreafarf

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରମାନେ ପୁଣି ଥରେ ଧର୍ମଘଟ କରିଛନ୍ତି। ସୁରକ୍ଷା ସୁନିଶ୍ଚିତ କରିବାକୁ ଡାକ୍ତରମାନେ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି। ସୋମବାର ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଆଠ ଘଣ୍ଟିଆ ବୈଠକ ପରେ ପଶ୍ଚିମବଙ୍ଗ ଜୁନିଅର ଡାକ୍ତର ଫ୍ରଣ୍ଟ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ ସେମାନେ ଆଜି ଅର୍ଥାତ୍‌ ମଙ୍ଗଳବାରଠାରୁ କାର୍ୟ୍ୟ ବନ୍ଦ କରୁଛନ୍ତି । ସେମାନେ କହିଛନ୍ତି ଯେ ଯେପର୍ୟ୍ୟନ୍ତ ରୋଗୀ ସେବାରେ ସୁରକ୍ଷା, ଆମକୁ ସୁରକ୍ଷା ନ ମିଳିଛି ସେ ପର୍ୟ୍ୟନ୍ତ ଆମର ଧର୍ମଘଟ ଜାରି ରହିବ ।  ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ । ଡାକ୍ତରମାନେ ପୁଣି ଥରେ ସେମାନଙ୍କ ପ୍ରେସ ବିବୃତ୍ତିରେ ଦାବି କରିଛନ୍ତି। ଏଥର ଡାକ୍ତରମାନେ ୧୦ଟି ଦାବି ଉଲ୍ଲେଖ କରିଛନ୍ତି। ୪୫ଦିନ ପ୍ରଦର୍ଶନ କରିବା ପରେସେପ୍ଟମ୍ବର ୨୧ରେ ଓହରିଲେ ଡାକ୍ତର । ତେବେ ପୁଣି ୯ଦିନ ପରେ ଆନ୍ଦୋଳନକୁ ଫେରିଛନ୍ତି । ଏଥିସହ ବୁଧବାର କୋଲକାତାରେ ବଡ ପ୍ରଦର୍ଶନ ଯୋଜନା କରିଛି ଡାକ୍ତର ସଂଘ । ସେହିପରି ମମତା ସରକାରଙ୍କ ଉପରେ   ପ୍ରତିଶ୍ରୁତି  ପୂରା ନକରିବା ଅଭିଯୋଗ ଆଣିଛନ୍ତି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe