ମାଗଣାରେ ରୋଗୀ ସେବା କରୁଛନ୍ତି ଦ୍ବିତୀୟ ଭଗବାନ ; ଶୀତଦିନେ ଶୀତବସ୍ତ୍ର ବି ବାଣ୍ଟୁଛନ୍ତି

Advertisment

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ଯୁବ ଡାକ୍ତର ପୁଣ୍ୟଶ୍ଳୋକ ପତି । ଅପହଞ୍ଚ ଅଞ୍ଚଳରେ ନିଜସ୍ୱ ଉଦ୍ୟମରେ ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର କରାଇବା ସହ ଲୋକଙ୍କୁ ଶୀତବସ୍ତ୍ର ବାଣ୍ଟୁଛନ୍ତି ଡାକ୍ତର ବାବୁ l

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ଯୁବ ଡାକ୍ତର ପୁଣ୍ୟଶ୍ଳୋକ ପତି । ଅପହଞ୍ଚ ଅଞ୍ଚଳରେ ନିଜସ୍ୱ ଉଦ୍ୟମରେ ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର କରାଇବା ସହ ଲୋକଙ୍କୁ ଶୀତବସ୍ତ୍ର ବାଣ୍ଟୁଛନ୍ତି ଡାକ୍ତର ବାବୁ l

Unique-Doctor

Unique-Doctor Photograph: (kanak news)

କନକ ବ୍ୟୁରୋ : କୁହାଯାଏ ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ । ମଣିଷ ଯେତେବେଳେ ଜୀବନ-ମରଣ ସହ ଲଢୁଥାଏ । ଭଗବାନ ସାଜି ଜୀବନ ରକ୍ଷା କରନ୍ତି ଡାକ୍ତର । ରୋଗୀ ସେବା ହିଁ ମାଧବ ସେବା । ଯାହାକୁ ଜୀବନର ବ୍ରତ କରନ୍ତି ଡାକ୍ତର । ଆମେ ଆପଣଙ୍କୁ ଏମିତି ଜଣେ ଡାକ୍ତରଙ୍କ କଥା କହିବୁ ଯାହାଙ୍କ ବିଷୟରେ ଜାଣିଲେ ଆପଣ ପ୍ରଶଂସା ନ କରି ରହିପାରିବେନି ।

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ଯୁବ ଡାକ୍ତର ପୁଣ୍ୟଶ୍ଳୋକ ପତି । ଅପହଞ୍ଚ ଅଞ୍ଚଳରେ ନିଜସ୍ୱ ଉଦ୍ୟମରେ ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର କରାଇବା ସହ ଲୋକଙ୍କୁ ଶୀତବସ୍ତ୍ର ବାଣ୍ଟୁଛନ୍ତି ଡାକ୍ତର ବାବୁ l ଢେଙ୍କାନାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକର ଘାଗରାମୁଣ୍ଡା ପଞ୍ଚାୟତର ପଦ୍ମପୁର ପଡାରେ ନିଶୁକ୍ଳ ସ୍ୱାସ୍ଥ୍ୟଶିବିର କରିବା ସହିତ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି l ଲୋକଙ୍କ ଥଣ୍ଡା, ଜ୍ଵର, ରକ୍ତଚାପ, ଆଦି ପରୀକ୍ଷା ସହ ଡ଼ାଇବେଟିସ, ଗ୍ୟାଷ୍ଟ୍ରିକ, ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ପର୍କୀୟ ପରୀକ୍ଷା କରାଯାଇଥିବା ବେଳେ ମ୍ୟାଲେରିଆ ଓ ଯକ୍ଷ୍ମା ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାଉଛନ୍ତି ଡାକ୍ତର l 

ଅଧିକ ପଢ଼ନ୍ତୁ---ରାଜ୍ୟରେ ଧାନକିଣାକୁ ନେଇ ବଢୁଛି ଦ୍ୱନ୍ଦ୍ୱ ; ମଣ୍ଡି ଖୋଲି ମଧ୍ୟ ଉଠୁନି ଧାନ

ଏହି ଅଞ୍ଚଳର ଲୋକମାନେ ସମାଜର ମୁଖ୍ୟସ୍ରୋତଠାରୁ ବହୁ ଦୂରରେ ଥିବାବେଳେ ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନ ଓ ସ୍ୱାସ୍ଥ୍ୟଶିବିର ଆୟୋଜନ କରି ପ୍ରଶଂସା ସାଉଁଟିଛନ୍ତି ଯୁବ ଡାକ୍ତର l ସେହିପରି ଭାବରେ ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କୁ ଶୀତବସ୍ତ୍ର ମଧ୍ୟ ବଣ୍ଟନ କରିବା ସହିତ ଛୋଟପିଲାମାନଙ୍କୁ ବିସ୍କୁଟ, ବହି ଓ ଖାତା ବଣ୍ଟନ କରାଯାଇଛି l ଏହି ଅଞ୍ଚଳଟି କଙ୍କଡାହାଡ଼ ବ୍ଲକ ସଦର ମହକୁମାଠାରୁ ପ୍ରାୟ ପଚାଶ କିଲୋମିଟର ଦୂରରେ ରହିଥିବା ବେଳେ ଡାକ୍ତର ବାବୁଙ୍କ ଏହି ପ୍ରୟାସକୁ ବହୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା l 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe