କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କୁ ଦେଖାଇବା ପାଇଁ ଟିକେଟ କାଉଣ୍ଟରରେ ଲାଗିଛି ରୋଗୀଙ୍କ ଲମ୍ବା ଧାଡ଼ି । ଡାକ୍ତର ସଂଖ୍ୟା କମ୍ ଥିବାରୁ ଟିକେଟ କାଟିବା ପରେ ବି ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ରାଜ୍ୟର ପ୍ରାୟ ସବୁ ହସ୍ପିଟାଲର ସ୍ଥିତି ସମାନ । କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନକ ଅନୁସାରେ, ୧ ହଜାର ଜନସଂଖ୍ୟାରେ ଜଣେ ଡାକ୍ତର ରହିବା କଥା । ଲୋକସଭାରେ କେନ୍ଦ୍ର ସରକାର ରଖିଥିବା ତଥ୍ୟ କହୁଛି, ଭାରତରେ ୧୨୮୪ ଜନସଂଖ୍ୟାରେ ଜଣେ ଏବଂ ଓଡ଼ିଶାରେ ୨୧୮୭ ଜନସଂଖ୍ୟାରେ ଜଣେ ଡାକ୍ତର ରହିଛନ୍ତି । ଯାହା ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ରକୁ ପଦାରେ ପକାଉଛି ।
ସରକାରଙ୍କ ତଥ୍ୟ କହୁଛି ଓଡ଼ିଶାରେ ବର୍ତ୍ତମାନ ୧୨ଟି ସରକାରୀ ମେଡିକାଲ କଲେଜ, ୬ଟି ବେସରକାରୀ କଲେଜ ଓ ଗୋଟିଏ ଏମ୍ସ ରହିଛି । ଗୋଟିଏ ଡେଣ୍ଟାଲ କଲେଜ ଓ ଦୁଇଟି ପିଜି ଇନ୍ଷ୍ଟିଚ୍ୟୁଟ୍ କାର୍ଯ୍ୟକ୍ଷମ ଅଛି। ତେବେ ସରକାରୀ ମେଡିକାଲ କଲେଜ ଓ ବେସରକାରୀ କଲେଜକୁ ମିଶାଇଲେ ପ୍ରତିବର୍ଷ ପ୍ରାୟ ୨୨୦୦ ଡାକ୍ତର ବାହାରୁଛନ୍ତି । ଓଡ଼ିଶାରେ ସାଢ଼େ ଚାରିକୋଟି ଜନସଂଖ୍ୟାକୁ ଦେଖିଲେ ଡବ୍ଲ୍ୟୁଏଚ୍ଓର ମାନକକୁ ଛୁଇଁବା ପାଇଁ ଆହୁରି ୧୦ ବର୍ଷ ସମୟ ଲାଗିବ । ରାଜ୍ୟରେ ଡାକ୍ତର ନିଯୁକ୍ତି ସହ ୪ଟି ନୂଆ ମେଡିକାଲ କଲେଜ ଖୋଲିବାକୁ କନକ ନ୍ୟୁଜ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେଲଥ କନକ୍ଲେଭରେ ପ୍ରତିଶ୍ରୁତି ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଡବଲ ଇଞ୍ଜିନ୍ ସରକାରରେ କେବେ ଡାକ୍ତର ଅଭାବ ପୂରଣ ହେବ ତା’ଉପରେ ସମସ୍ତଙ୍କ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/23/doctor-2025-08-23-20-33-12.jpg)