ଅଢେଇ ଘଣ୍ଟାର ଅପରେସନ୍, ପେଟରୁ ତୀର ବାହାର କଲେ ଡାକ୍ତର

Advertisment

ଏମକେସିଜିରେ ବିରଳ ଅସ୍ତ୍ରୋପଚାର । ବୃଦ୍ଧଙ୍କ ଖାଦ୍ୟନଳୀରୁ ବାହାରିଲା ଦାନ୍ତକାଠି ।

ଏମକେସିଜିରେ ବିରଳ ଅସ୍ତ୍ରୋପଚାର । ବୃଦ୍ଧଙ୍କ ଖାଦ୍ୟନଳୀରୁ ବାହାରିଲା ଦାନ୍ତକାଠି ।

ଏମକେସିଜିରେ ବିରଳ ଅସ୍ତ୍ରୋପଚାର

ଏମକେସିଜିରେ ବିରଳ ଅସ୍ତ୍ରୋପଚାର Photograph: (KanakNews)

କନକ ବ୍ୟୁରୋ;  ଅନ୍ତଃନଳୀ କଟି ୬ ଇଞ୍ଚ ପେଟ ଭିତରେ ପଶିଯାଇଥିଲା ତୀର । ଯନ୍ତ୍ରଣାରେ ଛଟପଟ ହେଉଥିଲେ ମାଲକାନଗିରି ମାଥିଲିର ଲକ୍ଷ୍ମଣ ଗୌଡ଼। ଗୁରୁତର ଅବସ୍ଥାରେ କୋରାପୁଟ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଲକ୍ଷ୍ମଣଙ୍କୁ ଅପରେସନ୍ କରିବା ଡାକ୍ତରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ନିଶ୍ଚେତକ ଦେବା ବି ଖୁବ୍‌ କଷ୍ଟକର ହୋଇପଡ଼ିଥିଲା । ହେଲେ ରାତି ପ୍ରାୟ ଗୋଟିଏ ପର୍ଯ୍ୟନ୍ତ ଅପରେସନ୍ କରି ତୀର ବାହାର କରିଥିଲେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଡାକ୍ତର । 
 
ଦାନ୍ତ ଘଷୁଥିବା ବେଳେ ଅସାବଧାନତାରେ ଦାନ୍ତକାଠି ଗିଳି ଦେଇଥିଲେ ଗଞ୍ଜାମ ବେଲଗୁଣ୍ଠା ନାଟଙ୍ଗା ଗାଁର କାମରାଜୁ ନାୟକ। ଖାଇବାଠୁ ଆରମ୍ଭ କରି ଦୈନନ୍ଦିନ କାମରେ ସମସ୍ୟା ଭୋଗୁଥିଲେ। ପ୍ରଥମେ ତାଙ୍କୁ ଭଞ୍ଜନଗର ମେଡିକାଲ ପରେ ଏମ୍‌କେସିଜିରେ ଭର୍ତ୍ତି କରାଗଲା । ସେଠାରେ ଡାକ୍ତରୀ ଟିମ୍‌ର ଅକ୍ଳାନ୍ତ ପରିଶ୍ରମ ପରେ ଏସୋଫାଗୋସ୍କୋପ୍ ପନ୍ଧତିରେ ୨୩ ସେଣ୍ଟିମିଟରର ଦାନ୍ତକାଠି ବାହାର କରାଯାଇଛି ।  ବିରଳ ଅସ୍ତ୍ରୋପଚାରକୁ ସଫଳ କରି ଦେଖାଇଛନ୍ତି ଡାକ୍ତର। ଫଳରେ ନୂଆ ଜୀବନ ପାଇଛନ୍ତି ଏହି ଦୁଇ ଜଣ ବ୍ୟକ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe