ଜ୍ବର ହୋଇଥିବା ପିଲାକୁ  କୁକୁର କାମୁଡ଼ା ଇଞ୍ଜେକ୍ସନ୍ ; ପଚାରିବାରୁ ରାଗରେ ପ୍ରେସକ୍ରିପସନ୍ ଚିରିଦେଲେ ଡାକ୍ତର

ଜ୍ବର ବଦଳରେ ୪ ବର୍ଷର ଶିଶୁକୁ ଦେଇଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ୍ । ସୁନ୍ଦରଗଡ଼ ବଣାଇ ଉପଖଣ୍ଡ ଚିକିତ୍ସାଳୟରୁ ଆସିଲା ଅଭାବନୀୟ ଘଟଣା ।

24

କନକ ବ୍ୟୁରୋ: ଜ୍ବର ବଦଳରେ ୪ ବର୍ଷର ଶିଶୁକୁ ଦେଇଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ୍ । ସୁନ୍ଦରଗଡ଼ ବଣାଇ ଉପଖଣ୍ଡ ଚିକିତ୍ସାଳୟରୁ ଆସିଲା ଅଭାବନୀୟ ଘଟଣା । ୪ବର୍ଷର ଶିଶୁକୁ ଜ୍ୱର ହୋଇ ଥିବାବେଳେ, ଡାକ୍ତରଖାନାରେ ତାଙ୍କୁ ଜ୍ୱର ବଦଳରେ କୁକୁର କାମୁଡା ଇଞ୍ଜେକ୍ସନ ପ୍ରେସ୍‌କ୍ରିପସନ୍‌ରେ ଲେଖିଦେଲେ ଡାକ୍ତର । ଇଞ୍ଜେକ୍ସନ ଆଣିବାବେଳେ କୁକୁର କାମୁଡ଼ିଛି କି ପଚାରିଲେ ମେଡ଼ିସିନ ଦାୟିତ୍ୱରେ ଥିବା କର୍ମଚାରୀ । ପରିବାର ଲୋକ ମନା କରିଥିଲେ ବି ସେ ମନା କରିଥିଲେ ମଧ୍ୟ କୁକୁର କାମୁଡା ଇଞ୍ଜେକ୍ସନ ଦେଇଥିଲେ । 

ଏନେଇ ପିଲାର ବାପା, ମାଆ ଡାକ୍ତରଙ୍କୁ ପଚାରିବାକୁ ଡାକ୍ତର ପୃର୍ବ ପ୍ରେସ୍‌କ୍ରିପସନକୁ ଚିରିଦେଇଥିଲେ ଏବଂ ନୂଆ ପ୍ରେସ୍‌କ୍ରିପ୍ସନ୍ ଲେଖିଲେ। ପରିବାର ଲୋକ ଅଭିଯୋଗ କରିବାରୁ ଡାକ୍ତର କହିଲେ ଯେ, ଶିଶୁ ଭ୍ୟାକ୍ସିନ୍ ଦିଆଯାଇଛି। ତେବେ ଏଠି ପ୍ରଶ୍ନ କୁକୁର କାମୁଡି ନଥିବା ପିଲାକୁ କିପରି ଦିଆଗଲା କୁକୁର କାମୁଡା ଇଞ୍ଜେକ୍ସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe