କନକ ବ୍ୟୁରୋ : ପ୍ରେମ, ପ୍ରତାରଣା ପାଇଁ ବନ୍ଧାହେଲେ ରସିକିଆ ଡାକ୍ତର। ବିବାହର ଦିନକ ପରେ ଆୟୁଷ ଡାକ୍ତର ଅମିତ ସାହୁଙ୍କୁ ଗିରଫ କରିଛି ପୋଲିସ। ବିବାହ ପ୍ରତିଶୃତି ଦେଇ ଏକାଧିକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖୁ ଥିଲେ ମାଲକାନଗିରି ର ଆୟୁଷ ଡାକ୍ତର ଅମିତ କୁମାର ସାହୁ । ମାଲକାନଗିରି ଜିଲ୍ଲାର ମୋଟୁ ଡାକ୍ତରଖାନା ରେ କାର୍ଜ୍ୟ କରୁ ଥିବା ସମୟରେ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖି ଥିଲେ । କୋରୁକୋଣ୍ଡା ବଦଳି ହବା ପରେ ମଧ୍ୟ ବିବାହ ପ୍ରତିଶୃତୀ ଦେଇ ଚାଲୁ ଥିଲେ । ତେବେ ସମ୍ବଲପୁର ବଦଳି ହବା ପରେ ମୋବାଇଲ ନଂ ସବୁ ବଦଳାଇ ଅନ୍ୟ ଜଣଙ୍କ ସହ ବିବାହ କରି ଥିଲେ । ତେବେ ମାଲାକନଗିରି ଯୁବତୀଙ୍କ ଏତଲା ଆଧାରରେ ଆୟୁଷ ଡାକ୍ତର ଅମିତ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ପୁଲିସ ।

Advertisment

 ଗତ ୨୦୨୨ ମସିହାରେ କୋରୁକୋଣ୍ଡା ଏମଭି ୨୨ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ସିଏଚଓ) ଭାବେ କାର୍ଜ୍ୟରତ ରାଉରକେଲା ଜଣେ ଯୁବତୀଙ୍କ ସହ ଶାରୀରକ ସମ୍ପର୍କ ରଖି ପରେ ବିବାହ ପାଇ ବାରଣ କରିଥିଲେ । ସମ୍ପୃକ୍ତ ଯୁବତୀଙ୍କୁ ଔଷଧ ଦେଇ ମାରିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ । ସମ୍ପୃକ୍ତ ଯୁବତୀଙ୍କ ବାପା ବାରମ୍ବାର ନ୍ୟାୟ ପାଇଁ ମାଲକାନଗିରି ପୁଲିସର ଦ୍ୱାରସ୍ଥ ହୋଇଥିଲେ ବି  ନ୍ୟାୟ ପାଇନଥିଲେ । ଯୁବତୀ ରାଉରକେଲାରେ ଦୀର୍ଘଦିନ ଧରି ଆଇ.ସି.ୟୁରେ ଜୀବନ ମରଣ ସହ ସଂଘର୍ଷ କରି କିଛି ଦିନ ପରେ ପ୍ରାଣ ହରାଇଥିଲେ । ଡାକ୍ତର ଅମିତଙ୍କ ନାଁରେ ଏମିତି ଅନେକ ଅଭିଯୋଗ ଥିଲେ ବି ପୋଲିସ କିନ୍ତୁ ପ୍ରମାଣ ଅଭାବରୁ ଗିରଫ କରିପାରୁନଥିଲା । ଶେଷରେ ମାଲକାନଗିରି ପୁଲିସ ଡାକ୍ତର ଅମିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।