ସୁନା କିଣିବାକୁ ଚାହୁଛନ୍ତି କି ? ତେବେ ଜାଣିରଖନ୍ତୁ ଆଜିର ବଜାର ଦର .....

Advertisment

ଲଗାତାର ସୁନା ଦର ବଢିବା ପରେ ଏବେ ସୁନା ଦରରେ ସାମାନ୍ୟ ହ୍ରାସ ଘଟିଛି । ବଜାରରେ ସୁନା ଦର ବଢିଚାଲିଥିବା ବେଳେ ଏବେ ବଜାରରେ ରୁପା ଦରରେ ସାମାନ୍ୟ ହ୍ରାସ ପାଇଛି ।

ଲଗାତାର ସୁନା ଦର ବଢିବା ପରେ ଏବେ ସୁନା ଦରରେ ସାମାନ୍ୟ ହ୍ରାସ ଘଟିଛି । ବଜାରରେ ସୁନା ଦର ବଢିଚାଲିଥିବା ବେଳେ ଏବେ ବଜାରରେ ରୁପା ଦରରେ ସାମାନ୍ୟ ହ୍ରାସ ପାଇଛି ।

gold 1

Photograph: (kanaknews)

କନକବ୍ୟୁରୋ : ଲଗାତାର ସୁନା ଦର ବଢିବା ପରେ ଏବେ ସୁନା ଦରରେ ସାମାନ୍ୟ ହ୍ରାସ ଘଟିଛି । ବଜାରରେ ସୁନା ଦର ବଢିଚାଲିଥିବା ବେଳେ ଏବେ ବଜାରରେ ରୁପା ଦରରେ ସାମାନ୍ୟ ହ୍ରାସ ପାଇଛି ।  ଅନ୍ତର୍ଜାତୀୟ ଖ୍ୟାତନାମା ସଂସ୍ଥା ସିଟି ଗ୍ରୁପ୍ ପକ୍ଷରୁ ଆକଳନ କରାଯାଇଛି ଯେ ଆଗାମୀ ଦିନରେ ରୁପା ଦାମ୍‌ରେ ବୃଦ୍ଧି ଘଟିବ ଓ ସୁନା ଶସ୍ତା ହେବ । ଅନ୍ତର୍ଜାତୀୟ ବଜାରରେ ଦର କମ୍ ହେଲେ ଦେଶ ଭିତରେ ତାହା ଶସ୍ତା ହେବ 

gold 1
Photograph: (kanaknews)

ସୁନା କିଣିବା ପୂର୍ବରୁ ଏବେ ନଜର ପକାନ୍ତୁ କଣ ରହିଛି ବଜାରରେ ସୁନା ଦର , ଗୁରୁବାର ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍ ୫୦୦ ଟଙ୍କା ବଢ଼ି ୯୧,୦୫୦ ଟଙ୍କା ହୋଇଛି  । ୨୪ କ୍ୟାରେଟ୍‌ ଦାମ୍ ୯୯,୩୩୦ ଟଙ୍କାକୁ ବୃଦ୍ଧି ପାଇଛି । ରୁପା କେଜି ୧,୨୪,୦୦୦ ଟଙ୍କା ରହିଛି  ।  ସିଟି ଗ୍ରୁପ୍ କହିଛି ଯେ ରୁପାର ଯୋଗାଣ କମ୍ ରହିବା ସହ ନିବେଶ ଚାହିଦା ବଢ଼ୁଥିବାରୁ ଏହାର ଆଉନ୍ସ ପିଛା ଦାମ୍ ୪୦ ଡଲାରକୁ ବୃଦ୍ଧି ପାଇବ । ଗତବର୍ଷ ରୁପା ଦାମ୍‌ ୨୪ ପ୍ରତିଶତ ବଢ଼ିବା ପରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ମହଙ୍ଗା ହୋଇସାରିଲାଣି । 

gold 2
Photograph: (kanaknews)

ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୯,୩୩୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୧ ହଜାର ୦୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୯, ୪୮୦ ଟଙ୍କା ଓ ୨୨ କ୍ୟାରେଟ୍ ୯୧,୦୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୯୯,୩୩୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୯୧ ହଜାର ୦୫୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ର ୯୯, ୩୩୦ ଓ ୯୧ ହଜାର ୦୫୦ ଟଙ୍କା ରହିଛି ।  ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୨୪ ,୦୦୦ ଟଙ୍କା ହୋଇଛି  । 

gold 3
Photograph: (kanaknews)

ବିଶ୍ବ ରୁପା ବଜାରର ଆକାର ୩୦୦୦ କୋଟି ଡଲାର ରହିଛି। ଏକ୍ଷେତ୍ରରେ ଯୋଗାଣ କମ୍ ରହୁଥିବାରୁ ଚାହିଦାରେ ସାମାନ୍ୟ ପରିବର୍ତ୍ତନ ହେଲେ ତାହା ଦରକୁ ପ୍ରଭାବିତ କରିଥାଏ। ଲଗାତାର ପଞ୍ଚମ ବର୍ଷ ପାଇଁ ରୁପାର ଚାହିଦା ଯୋଗଣଠାରୁ ଅଧିକ ରହିବ ବୋଲି ଆକଳନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe