କ’ଣ ଟଙ୍କା ଦେଲେ କପିଲ ଶର୍ମା ସୋ’ରେ ମିଳେ କି ଏଣ୍ଟ୍ରି ? କେମିତି ଯାଆନ୍ତି ଦର୍ଶକ ?

Advertisment

ନିକଟରେ କମେଡିଆନ୍ ଏବଂ ଅଭିନେତା ବିକଳ୍ପ ମେହେତା କପିଲ ଶର୍ମାଙ୍କ ସହ ତାଙ୍କ ସୋ' ଏବଂ ଆମେରିକା ଗସ୍ତରେ କାମ କରିଛନ୍ତି, ଏହି ସମୟରେ ସେ ରହସ୍ୟ ଉପରୁ ପରଦା ମଧ୍ୟ ହଟାଇଛନ୍ତି ।

ନିକଟରେ କମେଡିଆନ୍ ଏବଂ ଅଭିନେତା ବିକଳ୍ପ ମେହେତା କପିଲ ଶର୍ମାଙ୍କ ସହ ତାଙ୍କ ସୋ' ଏବଂ ଆମେରିକା ଗସ୍ତରେ କାମ କରିଛନ୍ତି, ଏହି ସମୟରେ ସେ ରହସ୍ୟ ଉପରୁ ପରଦା ମଧ୍ୟ ହଟାଇଛନ୍ତି ।

kapil-sharma

kapil-sharma Photograph: (google)

କନକ ବ୍ୟୁରୋ : କପିଲ ଶର୍ମାଙ୍କ କମେଡି ସୋ' ଗତ କିଛି ବର୍ଷ ଧରି ଟିଭି ଜଗତର ସବୁଠୁ ଲୋକପ୍ରିୟ  କାର୍ଯ୍ୟକ୍ରମ ପାଲଟିଛି । ଘରେ ବସି ଦର୍ଶକମାନେ ଏହି ଶୋ'କୁ ବହୁତ ଉପଭୋଗ କରନ୍ତି, କିନ୍ତୁ ଲୋକଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ରହିଥାଏ ଯେ ଷ୍ଟୁଡିଓରେ ଯାଇ ଶୋ'କୁ ଲାଇଭ୍ କେମିତି ଦେଖିପାରିବେ ? କପିଲ ଶର୍ମା ସୋ’ର ପ୍ରଶଂସକ ଭାବନ୍ତି ଯେ ଷ୍ଟୁଡିଓରେ ଯାଇ ଲାଇଭ୍ ଦର୍ଶକଙ୍କ ଅଂଶ କିପରି ହେବେ ? ଟିଭିରେ ହସର ଧମାକା ଦେଖିବା ପରେ ମନ ହୁଏ ଯେ ସାମ୍ନାରେ ବସି କପିଲଙ୍କ ପଞ୍ଚରେ ତାଳି ମାରିବାକୁ ସୁଯୋଗ ମିଳିଲେ କେତେ ଭଲ ହୁଅନ୍ତା । ତେବେ ଏଥିପାଇଁ ଟିକେଟ୍ କିଣିବାକୁ ପଡ଼େ ନା ଅନ୍ୟ କୌଣସି ଉପାୟ ଅଛି? ନିକଟରେ କମେଡିଆନ୍ ଏବଂ ଅଭିନେତା ବିକଳ୍ପ ମେହେତା କପିଲ ଶର୍ମାଙ୍କ ସହ ତାଙ୍କ ସୋ' ଏବଂ ଆମେରିକା ଗସ୍ତରେ କାମ କରିଛନ୍ତି, ଏହି ସମୟରେ ସେ ରହସ୍ୟ ଉପରୁ ପରଦା ମଧ୍ୟ ହଟାଇଛନ୍ତି ।

The-Great-Indian-Kapil-Show
The-Great-Indian-Kapil-Show Photograph: (Google)

ଏକ ପୋଡକାଷ୍ଟରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସୋ'ର ଦର୍ଶକଙ୍କୁ ନେଇ ଅନେକ ଭୁଲ୍ ବୁଝାମଣା ରହିଛି । ସୋ' ପ୍ରକୃତରେ ଏକ ଲାଇଭ୍ ନାଟକ ପରି ରେକର୍ଡ କରାଯାଏ । ଏଠାରେ ଅଧିକ ରିଟେକ୍ସ ନଥାଏ ବରଂ ମଝିରେ ମଝିରେ ଛୋଟ ବ୍ରେକ୍ ଦିଆଯାଏ । ବେଳେବେଳେ ଏହି ବ୍ରେକ୍ ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲେ ଏବଂ ଯଦି ଲଞ୍ଚ୍ ବ୍ରେକ୍ ହୁଏ ତେବେ ପୂରା ଏକ ଘଣ୍ଟା ମଧ୍ୟ ମିଳିଯାଏ । ସୋ' ଦେଖିବା ପାଇଁ ଟିକେଟ୍ କିଣିବାକୁ ପଡ଼େ କି ? ଏହି ପ୍ରଶ୍ନରେ ବିକଳ୍ପ ମେହେତା କହିଛନ୍ତି ଯେ ଏସବୁ ମିଛ । ଯଦି କେହି କହେ ଯେ ୫୦୦ କିମ୍ବା ୧୦୦୦ ଟଙ୍କା ଦିଅ ଏବଂ ଦର୍ଶକଙ୍କ ମଧ୍ୟରେ ବସ ତେବେ ବୁଝି ଯାଆନ୍ତୁ ଯେ ଏହା ଏକ ଠକେଇ । ସୋ'ର ଟିମ୍ କେବେ ଟିକେଟ୍ ବିକ୍ରି କରି ଦର୍ଶକଙ୍କୁ ଡାକେ ନାହିଁ ।

vikalp
vikalp Photograph: (google)

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଯେତେବେଳେ ଟିକେଟ୍ ସିଷ୍ଟମ୍ ନାହିଁ ତେବେ ଦର୍ଶକ ଆସନ୍ତି କେଉଁଠୁ ? ଏହା ଉପରେ ବିକଳ୍ପ କହିଛନ୍ତି ଯେ ସୋ'ର ଗୋଟିଏ ବଡ଼ ଭାଗ ପେଡ୍ ଜୁନିଅର ଆର୍ଟିଷ୍ଟଙ୍କ ଦ୍ୱାରା ଫୁଲ୍ ହୋଇଥାଏ । ଏମାନେ ହେଉଛନ୍ତି ସେହି ଲୋକ ଯିଏ ସକାଳୁ ରାତି ପର୍ଯ୍ୟନ୍ତ ଗୋଟିଏ ଜାଗାରେ ବସି ରୁହନ୍ତି ଏବଂ ପୂରା ଉତ୍ସାହର ସହିତ ହସନ୍ତି ଓ ତାଳି ମାରନ୍ତି । ଶୋ'ର ଟିମ୍ ସେମାନଙ୍କୁ ଟଙ୍କା ଦିଏ ଏବଂ ସେମାନଙ୍କ ଖାଇବା-ପିଇବାର ମଧ୍ୟ ବ୍ୟବସ୍ଥା କରେ । ତେବେ ଦର୍ଶକଙ୍କ ପୂରା ଭାଗ କେବଳ ଆର୍ଟିଷ୍ଟଙ୍କ ଦ୍ୱାରା ଭର୍ତ୍ତି କରାଯାଇନଥାଏ । ବିକଳ୍ପ ମେହେତାଙ୍କ ଅନୁସାରେ ପ୍ରାୟ ୨୦% ଦର୍ଶକ ଅତିଥି ହୁଅନ୍ତି । ଅର୍ଥାତ ଯଦି ସୋ'ରେ କୌଣସି ସେଲିବ୍ରିଟି ଆସନ୍ତି ତେବେ ସେ ନିଜର କିଛି ସାଙ୍ଗ କିମ୍ବା ସମ୍ପର୍କୀୟଙ୍କୁ ମଧ୍ୟ ସାଙ୍ଗରେ ଆଣିପାରନ୍ତି । ଏହିଭଳି ଲୋକ ବିନା ଟିକେଟ୍‌ରେ ସିଧା ଅତିଥି ଭାବରେ ଶୋ'ର ଅଂଶ ହୋଇଯାଆନ୍ତି । ଏହି ଖୁଲାସାରୁ ସ୍ପଷ୍ଟ ହୋଇଗଲା ଯେ କପିଲ ଶର୍ମା ସୋ'ରେ ଟିକେଟ୍ କିଣି କୌଣସି ଦର୍ଶକ ସିଧା ବସିପାରିବେ ନାହିଁ । ସୋ'ର ଶୋଭା ବଜାୟ ରଖିବା ପାଇଁ ଅଧିକାଂଶ ସିଟ୍ ଟିମ୍ ହିଁ ଭରିଥାଏ ଏବଂ ବାକି କିଛି ଚୟନ କରାଯାଇଥିବା ଅତିଥିମାନଙ୍କୁ ପ୍ରବେଶ ମିଳେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe