କନକ ବ୍ୟୁରୋ : ଚାକିରି କରୁଥିବା ଲୋକଙ୍କ ମନରେ ଗୋଟିଏ ଆଶା ଥାଏ ଯେ ଚାକିରି ସରିବା ପରେ ଟିକେ ପେନସନ ମିଳୁ ବାକି ସମୟ ଚଳିବାକୁ ଚିନ୍ତା ନଥିବ । ଏହା ସାଧାରଣତଃ ଚାକିରିଆ ଲୋକଙ୍କ ଇଛା ଥାଏ । ତେବେ ଭାରତର ସମସ୍ତ କର୍ମଚାରୀଙ୍କ ପିଏଫ ଆକାଉଣ୍ଟ ରହିଥାଏ । ଯାହାକୁ କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ କାର୍ଯ୍ୟକାରୀ କରୁଛି । ତେବେ କର୍ମଚାରୀଙ୍କ ପିଏଫ ଆକାଉଣ୍ଟ ଗୋଟିଏ ଦୃଷ୍ଟିରୁ ସେଭିଙ୍ଗ ସ୍କିମ୍ ଭାବେ କାର୍ଯ୍ୟ କରିଥାଏ । ପ୍ରତିମାସର ଦରମାର ୧୨ ପ୍ରତିଶତ ଅଂଶ ପିଏଫ ଆକାଉଣ୍ଟରେ ଜମା ହୋଇଥାଏ । ତେବେ ସେହି ସମାନ ପରିମାଣର ଅଂଶ ମଧ୍ୟ କର୍ମଚାରୀଙ୍କ ପିଏଫ୍ ଆକାଉଣ୍ଟରେ ଜମା କରିଥାଏ କମ୍ପାନୀ । କର୍ମଚାରୀଙ୍କ ପିଏଫ ଆକାଉଣ୍ଟରେ ଜମା ହେଉଥିବା ଟଙ୍କାର କିଛି ଅଂଶ ତାଙ୍କ ପେନସନ ପାଇଁ ମଧ୍ୟ ରିଜର୍ଭ ରହିଥାଏ । EPFO ର ନିୟମ ଅନୁଯାୟୀ ଯଦି କୌଣସି କର୍ମଚାରୀ ୧୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ପିଏଫ ଆକାଉଣ୍ଟରେ ଯୋଗଦାନ କରୁଛି ତେବେ ସେହି କର୍ମଚାରୀ ପେନସନ୍ ପାଇବାର ଯୋଗ୍ୟ ବିବେଚିତ ହୋଇଥାନ୍ତି । ପିଏଫ ଖାତାରେ ଥିବା କିଛି ଟଙ୍କା ଆପଣଙ୍କ ସୁବିଧା ଅସୁବିଧାରେ ଉଠାଇ ମଧ୍ୟ ପାରିବେ । କିନ୍ତୁ ଯଦି ଆପଣ ସମ୍ପୂର୍ଣ୍ଣ ଟଙ୍କା ପିଏଫ ଆକାଉଣ୍ଟରୁ ଉଠାଇ ନେଉଛନ୍ତି ତେବେ ଆପଣଙ୍କୁ ପେନସନ ମିଳିବ ନାହିଁ । ଆସନ୍ତୁ ଜାଣିବା ପେନସନକୁ ନେଇ EPFO ର ନିୟମ କଣ ରହିଛି ।
ପିଏଫ ଆକାଉଣ୍ଟ ଖାଲି କରିଦେଲେ ମିଳିବନି ପେନସନ
ଯେମିତି ଆମେ ଆପଣଙ୍କୁ କହିଛୁ ପିଏଫ ଆକାଉଣ୍ଟରେ କର୍ମଚାରୀ ଏବଂ କମ୍ପାନୀ ଉଭୟ ସହଯୋଗ କରିଥାନ୍ତି । କର୍ମଚାରୀ ଦରମାର ୧୨ ପ୍ରତିଶତ ପିଏଫ ଆକାଉଣ୍ଟକୁ ଯାଇଥାଏ । କମ୍ପାନୀ ମଧ୍ୟ କର୍ମଚାରୀଙ୍କ ପିଏଫ ଆକାଉଣ୍ଟକୁ ସେହି ସମାନ ୧୨ ପ୍ରତିଶତ ଜମା କରିଥାଏ । କମ୍ପାନୀର ୧୨ ପ୍ରତିଶତ ଅବଦାନରୁ ୮.୩୩ ପ୍ରତିଶତ ଅଂଶ ସିଧା EPS ଫଣ୍ଡକୁ ଯାଇଥାଏ । ଆଉ ବାକି ୩.୬୭ ପ୍ରତିଶତ ଅଂଶ ପିଏଫ ଆକଉଣ୍ଟକୁ ଯାଇଥାଏ ।
ପେନସନ ପାଇବା ପାଇଁ ଜରୁରୀ ସର୍ତ୍ତ
ଯଦି କୌଣସି ପିଏଫ ଆକାଉଣ୍ଟ ହୋଲଡର ୧୦ ବର୍ଷ ପର୍ଯ୍ୟନ୍ତ ପିଏଫ ଆକାଉଣ୍ଟରେ କଣ୍ଟ୍ରିବ୍ୟଟ୍ କରୁଛନ୍ତି ସେହି କର୍ମଚାରୀ ପେସନସ ପାଇବା ପାଇଁ ଯୋଗ୍ୟ । ଏହାପରେ ଚାକିରି ଛାଡି ଦଇେଥିଲେ କି ଚାକିରି ପରିବର୍ତ୍ତନ କରି ଦେଇଛନ୍ତି ପେନସନ କ୍ଲେମ୍ କରିବା ପାଇଁ କିଛି ସର୍ତ୍ତ ପୁରା କରିବା ଆବଶ୍ୟକ । ଜାଣି ରଖନ୍ତୁ ପ୍ରଥମତଃ
EPS ଫଣ୍ଡ ଆକ୍ଟିଭ୍ ରହିବା ଜରୁରୀ
ଯଦି କୌଣସି କର୍ମଚାରୀ ୧୦ ବର୍ଷ ପର୍ଯ୍ୟନ୍ତ ପିଏଫ ଆକାଉଣ୍ଟରେ ଅବଦାନ ରହୁଛି ଏବଂ ପରେ ଛାଡି ଦେଉଛି ତେବେ ପେନସନର ପାଇବା ପାଇଁ କର୍ମଚାରୀଙ୍କୁ ନିଜ EPS ଫଣ୍ଡର ଆକ୍ଟିଭ୍ ରଖିବା ଦରକାର ।