ସ୍ୱାସ୍ଥ୍ୟସେବା ନାଁରେ ସାଂଘାତିକ ଘୋଟାଲା । ୭୪୦ କୋଟି ଖର୍ଚ୍ଚ, ଫଳ କିନ୍ତୁ ଶୂନ

Advertisment

ସ୍ୱାସ୍ଥ୍ୟ ସେବା ନାଁରେ ପାଣିରେ ପଡିଛି ଶହ ଶହ କୋଟି ଟଙ୍କା। ଡିଏମଏଫ ପାଣ୍ଠିରୁ ମନ ଇଚ୍ଛା ଖର୍ଚ୍ଚ ସତ୍ତ୍ୱେ ମଧ୍ୟ ସୁଧୁରି ପାରିଲାନି ସୁନ୍ଦରଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ସେବା। ରାଉରକେଲା ସରକାରୀ ଡାକ୍ତରଖାନା ସମେତ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବେ ବିଷମ ସ୍ଥିତି ।

ସ୍ୱାସ୍ଥ୍ୟ ସେବା ନାଁରେ ପାଣିରେ ପଡିଛି ଶହ ଶହ କୋଟି ଟଙ୍କା। ଡିଏମଏଫ ପାଣ୍ଠିରୁ ମନ ଇଚ୍ଛା ଖର୍ଚ୍ଚ ସତ୍ତ୍ୱେ ମଧ୍ୟ ସୁଧୁରି ପାରିଲାନି ସୁନ୍ଦରଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ସେବା। ରାଉରକେଲା ସରକାରୀ ଡାକ୍ତରଖାନା ସମେତ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବେ ବିଷମ ସ୍ଥିତି ।

sundargarh dmf fraud

କନକ ବ୍ୟୁରୋ: ସ୍ୱାସ୍ଥ୍ୟ ସେବା ନାଁରେ ପାଣିରେ ପଡିଛି ଶହ ଶହ କୋଟି ଟଙ୍କା। ଡିଏମଏଫ ପାଣ୍ଠିରୁ ମନ ଇଚ୍ଛା ଖର୍ଚ୍ଚ ସତ୍ତ୍ୱେ ମଧ୍ୟ ସୁଧୁରି ପାରିଲାନି ସୁନ୍ଦରଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ସେବା। ରାଉରକେଲା ସରକାରୀ ଡାକ୍ତରଖାନା ସମେତ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବେ ବିଷମ ସ୍ଥିତି । 

  • ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡିବାକୁ ଡିଏମଏଫ ପାଣ୍ଠିରୁ ଖର୍ଚ୍ଚ ହୋଇଛି ୭୪୦.୩୫ କୋଟି
  • ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀକୁ ମିଳିଛି ସର୍ବାଧିକ ୬୦୧ କୋଟି ୯୧ ଲକ୍ଷ
  • ଶ୍ରମିକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ନେଇଛନ୍ତି ୬୦ ଲକ୍ଷ
  • ରାଉରକେଲା ସରକାରୀ ଡାକ୍ତରଖାନା ନିର୍ଦ୍ଦେଶକଙ୍କୁ ମିଳିଛି ୧୯ କୋଟି ୨୮ ଲକ୍ଷ
  • ଗୁରୁଣ୍ଡିଆ ବିଡ଼ିଓଙ୍କୁ ୫୬ ଲକ୍ଷ, ହେମଗିରି ବିଡ଼ିଓଙ୍କୁ ୭ ଲକ୍ଷ, କୋଇଡା ବିଡ଼ିଓଙ୍କୁ ୧୭ ଲକ୍ଷ ଟଙ୍କା ମିଳିଛି

ଏହାବାଦ୍ ଜିଲ୍ଲା ମଙ୍ଗଳ ଅଧିକାରୀ, ୱାଟକୋ ରାଉରକେଲା, ରାସ୍ତା ଓ କୋଠାବାଡି ନିର୍ମାଣ ବିଭାଗ, ସୁନ୍ଦରଗଡ଼ ଆର ଆଣ୍ଡ ବି, ଗ୍ରାମ୍ୟ ଉନ୍ନୟନ ଭଳି ବିଭାଗ ଜରିଆରେ, ବାବୁ ମାନେ ନିଜ ପକେଟ ଗରମ କରିଥିବା ଅଭିଯୋଗ ଆଣିଛି କଂଗ୍ରେସ । 
ଡିଏମଏଫ ଫଣ୍ଡରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ସତ କିନ୍ତୁ ଏହାର ସୁଫଳ ନା ସ୍ୱାସ୍ଥ୍ୟ ବିଭାଗକୁ ମିଳିଛି ନା ସାଧାରଣ ଲୋକଙ୍କୁ। ୨୦ କୋଟି ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ସେଣ୍ଟ୍ରାଲ ଲାବ୍ରୋଟୋରୀ ହିଁ ଏହାର ଉଦାହରଣ। ରାଉରକେଲା ସରକାରୀ ଡାକ୍ତରଖାନାରେ ଖୋଲିଥିବା ଏହି ସେଣ୍ଟ୍ରାଲ ଲାବ୍ରୋଟୋରୀରେ ଏବେ ଝୁଲୁଛି ତାଲା। ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ଭଳି ଏ ଚିତ୍ର ବ୍ୟାପିଛି ସାରା ଜିଲ୍ଲାରେ । ଉପାନ୍ତ ବ୍ଲକ କୋଇଡା, ଗୁରୁଣ୍ଡିଆ, ଲହୁଣୀପଡା, ହାତିବାରୀ, ବିଶ୍ରା ଭଳି ଅନେକ ବ୍ଲକରେ ଭୁଶୁଡି ପଡିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe