କନକ ବ୍ୟୁରୋ : ଖୋଲୁଛି ଡିଏମଏଫ୍ ଦୁର୍ନୀତି ଗୁମର। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପରିଚାଳନାରେ ବର୍ଷକୁ ଖର୍ଚ୍ଚ ହେଉଛି ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା। ସେଥିରେ ପୁଣି ଚୁକ୍ତି ହୋଇଛି, କେବଳ ୨୦ କର୍ମଚାରୀ ପାଇଁ ତିନି ବର୍ଷରେ କମ୍ପାନୀ ନେଉଛି ୧୮କୋଟି ୭୦ ଲକ୍ଷ। ସୁନ୍ଦରଗଡ଼ରୁ ର୍ଦୁନୀତିର ଏମିତି ଅଭିଯୋଗ ଆସିଛି। ସ୍ଥାନୀୟ ବିଧାୟକ ଏବଂ ବୁଦ୍ଧିଜୀବୀ ଏଭଳି ଅଭିଯୋଗ ଆଣିଛନ୍ତି।
- ଟଙ୍କା କାହାର, ମଉଜ କରୁଛି କିଏ?
- ଖଣିଜ ପ୍ରତିଷ୍ଠା ପରିଚାଳନା ପାଇଁ ବର୍ଷକୁ ଖର୍ଚ୍ଚ ୧୮ କୋଟି ୭୦ ଲକ୍ଷ
ଖଣି ପ୍ରଭାବିତ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଗଠନ ହୋଇଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି। କିନ୍ତୁ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ବଦଳରେ ପରିଚାଳନା ଦାୟିତ୍ୱରେ ଥିବା କମ୍ପାନୀ ବିକାଶରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ୨୦୨୩ରୁ ୩ ବର୍ଷ ପାଇଁ ଡିଏମଏଫ ପରିଚାଳନା ଦାୟିତ୍ୱ ନେଇଛି ଇ ଆଣ୍ଡ ୱାଇ କମ୍ପାନୀ। ଆଉ ସେଇଠୁ ହିଁ ଦୁର୍ନୀତିର ମଞ୍ଜି ବୁଣାଯାଇଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ।
- ଟିମ୍ ଲିଡ଼ରଙ୍କ ତିନି ବର୍ଷର ଦରମା ୧କୋଟି ୨୬ଲକ୍ଷ
- ୮ ପ୍ରକଳ୍ପ ଅଧିକାରୀ ତିନି ବର୍ଷକୁ ନେବେ ୭କୋଟି ୨୦ ଲକ୍ଷ
- ବରିଷ୍ଠ ପ୍ରକଳ୍ପ ଅଧିକାରୀଙ୍କ ତିନି ବର୍ଷର ଦରମା ୯୦ଲକ୍ଷ
- ଅନ୍ୟଜଣେ ବରିଷ୍ଠ ପ୍ରକଳ୍ପ ଅଧିକାରୀଙ୍କ ୩ ବର୍ଷର ଆୟ ୧କୋଟି ୮ଲକ୍ଷ
- ଯାନ୍ତ୍ରିକ ବିଭାଗର ୪ ଜଣ ପ୍ରକଳ୍ପ ଅଧିକାରୀ ୩ ବର୍ଷରେ ପାଇବେ ୨କୋଟି ୮୮ଲକ୍ଷ
- ଅର୍ଥବିଭାଗ ପ୍ରକଳ୍ପ ଅଧିକାରୀ ୩ବର୍ଷରେ ନେବେ ୭୨ଲକ୍ଷ
- ୪ ଜଣ ସହକାରୀ ପ୍ରକଳ୍ପ ଅଧିକାରୀ ୩ ବର୍ଷରେ ୧ କୋଟି ୮୦ଲକ୍ଷ
ଏପରି ଭାବେ ୩ ବର୍ଷରେ ସୁନ୍ଦରଗଡ଼ ଡିଏମଏଫ ପାଣ୍ଠିରୁ ଖର୍ଚ୍ଚ ହେବ ୧୮ କୋଟି ୬୯ ଲକ୍ଷ ୧୨ ହଜାର ଟଙ୍କା । ପୂର୍ବରୁ ପରିଚାଳନା ଦାୟିତ୍ୱରେ ଥିବା କମ୍ପାନୀ ନେଉଥିଲା ମାସିକ ୧୨ଲକ୍ଷ ୫୦ହଜାର। ବର୍ତ୍ତମାନ କମ୍ପାନୀ ନେଉଛି ୪୫ ଲକ୍ଷରୁ ଅଧିକ। ହଠାତ୍ ଏମିତି କ'ଣ ଆବଶ୍ୟକତା ପଡିଲା ଯେ ପରିଚାଳନା ପାଇଁ ପୂର୍ବ ଅପେକ୍ଷା ୪ଗୁଣା ଅଧିକା ଦର ଦେଇ କମ୍ପାନୀ ନିଯୁକ୍ତି କରାଗଲା ବୋଲି ପ୍ରଶ୍ନ ଉଠିଛି। ଲୋକଙ୍କ ଟଙ୍କାକୁ ମିଳିମିଶି ଲୁଟ କରୁଥିବା ଅଭିଯୋଗ ଆଣିଛନ୍ତି ବିଧାୟକ ଯୋଗେଶ ସିଂହ।
ଡିଏମଏଫ ପାଣ୍ଠିର ଦୁରପେଯାଗ ଏବଂ ବାଟମାରଣାର ଅଭିଯୋଗ ଅନେକ ଥର ଆସିଛି । ଆଉ ଏବେ ଆସିଥିବା ଅଭିଯୋଗ ଏକ ବଡ ଦୁର୍ନୀତି ଆଡକୁ ଇସାରା କରୁଛି। ଅନ୍ୟପଟେ ଦୁଇ ଦିନ ତଳୁ ପାଣ୍ଠି ବିନିଯୋଗର ସିଏଜି ଅଡିଟ ଆରମ୍ଭ ହୋଇଛି। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଅଡିଟରେ ଧରା ପଡିବ ତ ଦୁର୍ନୀତି?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)