ଡିଜେ ଗାଡ଼ି ଉପରେ ଲାଗିବ ଅଙ୍କୁଶ: ବାଣିଜ୍ୟ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜାରି ହେଲା ସର୍କୁଲାର

ଗାଡ଼ିରେ ମନଇଛା ଉଚ୍ଚତା, ଦୈର୍ଘ୍ୟ, ପ୍ରସ୍ଥ ବୃଦ୍ଧି ହୋଇପାରିବ ନାହିଁ । ମୋଟର ଯାନ ଆଇନ ଅନୁଯାୟୀ ଆରସି, ଫିଟନେସ ହେବ ବାତିଲ । ଏଥିସହ ଜରିମାନା ବି ଲାଗି ହେବା । 

33

Photograph: (kanak news)

କନକ ବ୍ୟୁରୋ: ଡିଜେ ଗାଡ଼ି ଉପରେ ଲାଗିଲା ଅଙ୍କୁଶ । ମୋଟର ଯାନର ବେଆଇନ ଢାଞ୍ଚା ପରିବର୍ତ୍ତନ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ବାଣିଜ୍ୟ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜାରି ହେଲା ସର୍କୁଲାର । ଗାଡ଼ିରେ ମନଇଛା ଉଚ୍ଚତା, ଦୈର୍ଘ୍ୟ, ପ୍ରସ୍ଥ ବୃଦ୍ଧି ହୋଇପାରିବ ନାହିଁ । ମୋଟର ଯାନ ଆଇନ ଅନୁଯାୟୀ ଆରସି, ଫିଟନେସ ହେବ ବାତିଲ । ଏଥିସହ ଜରିମାନା ବି ଲାଗି ହେବା । 

ଅନେକ ସମୟରେ ଡିଜେ ଯୋଗୁଁ ଅଘଟଣ ଘଟିଥାଏ । କେଉଁଠି ବିଦ୍ୟୁତ ତାର ଲାଗି ଜୀବନ ଯାଉଥିବା ବେଳେ ଆଉ କେଉଁଠି ଡିଜେ ଶବ୍ଦ କାଳ ହେଉଛି । ତେଣୁ ଏହି ସବୁ ଅଘଟଣକୁ ଏଡ଼ାଇବାକୁ ଏବେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe