କନକ ବ୍ୟୁରୋ: ଡିଜେ ଗାଡ଼ି ଉପରେ ଲାଗିଲା ଅଙ୍କୁଶ । ମୋଟର ଯାନର ବେଆଇନ ଢାଞ୍ଚା ପରିବର୍ତ୍ତନ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ବାଣିଜ୍ୟ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜାରି ହେଲା ସର୍କୁଲାର । ଗାଡ଼ିରେ ମନଇଛା ଉଚ୍ଚତା, ଦୈର୍ଘ୍ୟ, ପ୍ରସ୍ଥ ବୃଦ୍ଧି ହୋଇପାରିବ ନାହିଁ । ମୋଟର ଯାନ ଆଇନ ଅନୁଯାୟୀ ଆରସି, ଫିଟନେସ ହେବ ବାତିଲ । ଏଥିସହ ଜରିମାନା ବି ଲାଗି ହେବା ।
ଅନେକ ସମୟରେ ଡିଜେ ଯୋଗୁଁ ଅଘଟଣ ଘଟିଥାଏ । କେଉଁଠି ବିଦ୍ୟୁତ ତାର ଲାଗି ଜୀବନ ଯାଉଥିବା ବେଳେ ଆଉ କେଉଁଠି ଡିଜେ ଶବ୍ଦ କାଳ ହେଉଛି । ତେଣୁ ଏହି ସବୁ ଅଘଟଣକୁ ଏଡ଼ାଇବାକୁ ଏବେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/17/33-2025-09-17-13-25-09.jpg)