କନକ ବ୍ୟୁରୋ : ଅଧାରୁ ବନ୍ଦ ହେଲା ଡିଜେ। ପ୍ରତିଯୋଗିତା ପୂର୍ବରୁ ବାଜିଲା ପ୍ରଶାସନର ଚାବୁକ। ଦଶହରା ଭସାଣୀକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ ଅଞ୍ଚଳର ଏକ ପୂଜା କମିଟି ଝାଡଖଣ୍ଡ ଓ କୋଲକାତାରୁ ଦୁଇଟି ନାମୀ ଡିଜେ ବୁକ୍ କରିଥିଲେ । ଆଜି ସନ୍ଧ୍ୟାରେ ଉଭୟ ଡିଜେର ସାଉଣ୍ଡକୁ ନେଇ ଚାଲିଥାନ୍ତି ପ୍ରତିଯୋଗିତା । ଏହି ସୋ ଦେଖିବାକୁ ସ୍ଥାନୀୟ ଏମଏନ ହାଇସ୍କୁଲ ପଡିଆରେ ହଜାର ହଜାର ଲୋକ ଏକାଠି ହୋଇଥିଲେ । 

Advertisment

ତେବେ ପରୀକ୍ଷାମୂଳକ ଭାବେ ଏହା ବାଜିବା କ୍ଷଣି ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଡିଜେକୁ ବନ୍ଦ କରିଥିଲା । ହଜାର ହଜାର ଲୋକ ଏକାଠି ହୋଇଥିବାରୁ ଘଣ୍ଟା ଘଣ୍ଟା ଧରି ରୋଡ ଜାମ ରହିଥିଲା ।  କିନ୍ତୁ ପ୍ରଶ୍ନ ଉଠୁଛି, ଡିଜେ ବାଜିବା ଉପରେ କଟକଣା ଲାଗିଥିବା ବେଳେ ପଟ୍ଟାମୁଣ୍ଡାଇରେ ଏଭଳି ଡିଜେ ସାଉଣ୍ଡ ପ୍ରତିଯୋଗିତା ପାଇଁ କିଏ ଦେଇଥିଲା ଅନୁମତି? ଝାଡଖଣ୍ଡରୁ ଡିଜେ ଗାଡି ପଟ୍ଟାମୁଣ୍ଡାଇରେ ପହଞ୍ଚିଥିଲେ ମଧ୍ୟ କିଭଳି ଜାଣିପାରିଲାନି ପ୍ରଶାସନ । ରବିବାର ରାତିରେ ରାବଣପୋଡି ସମୟରେ ପୋଲିସ ଉପସ୍ଥିତିରେ ଡିଜେ ବାଜିଥିଲେ ମଧ୍ୟ କାହିଁକି ବନ୍ଦ କରା ଯାଇନଥିଲା ।