କମ୍ ସାଉଣ୍ଡରେ ବାଜିବ ଡିଜେ । ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ

Advertisment

ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯାଇଥିବା ବେଳେ ଦେବୀ ମନ୍ଦିରଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି । ମା’ଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିରଗୁଡ଼ିକରେ ସ୍ବତନ୍ତ୍ର ଆୟୋଜନ ପ୍ରସ୍ତୁତ ହୋଇଛି ।

ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯାଇଥିବା ବେଳେ ଦେବୀ ମନ୍ଦିରଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି । ମା’ଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିରଗୁଡ଼ିକରେ ସ୍ବତନ୍ତ୍ର ଆୟୋଜନ ପ୍ରସ୍ତୁତ ହୋଇଛି ।

DJ

କନକ ବ୍ୟୁରୋ : ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯାଇଥିବା ବେଳେ ଦେବୀ ମନ୍ଦିରଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି । ମା’ଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିରଗୁଡ଼ିକରେ ସ୍ବତନ୍ତ୍ର ଆୟୋଜନ ପ୍ରସ୍ତୁତ ହୋଇଛି । ମଣ୍ଡପରେ ଦୁର୍ଗାପୂଜାର ଆୟୋଜନ ପାଇଁ ବିଭିନ୍ନ ଅନୁଷ୍ଠାନ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ତେବେ ଏଥର ଡିଜେକୁ ନେଇ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । 

ହାଇକୋର୍ଟ କହିଛନ୍ତି ଯେ, ଭସାଣି ବେଳେ ଡିଜେର ଶଦ୍ଦ ସୀମା ଟପିବ ନାହିଁ । ଅର୍ଥାତ ଡିଜେର ଶଦ୍ଦ ୬୫ ଡିସେବଲ୍‌ ମଧ୍ୟରେ ସୀମିତ ରହିବ। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅତ୍ୟଧିକ ଡିଜେ ସାଉଣ୍ଡ ବେଳେ ବେଳେ ଜୀବନ ନେଉଥିବାର ଅଭିଯୋଗ ଆସିବା ପରେ ଏନେଇ ଜନସ୍ବାର୍ଥ ମାମଲା ହୋଇଥିଲା । ଆଉ ଏହାର ଶୁଣାଣି କରି କୋର୍ଟ ସାଉଣ୍ଡ କମ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ପାର୍ବଣ ପାଇଁ ରାସ୍ତାଘାଟର ମରାମତି କାମ ଅକ୍ଟୋବର ୫ ତାରିଖ ସୁଦ୍ଧା ସାରିବାକୁ କଣ୍ଟ ରଖିଥିଲେ ।  କିନ୍ତୁ ତାହା ଏପର୍ୟ୍ୟନ୍ତ ଶେଷ ହୋଇପାରି ନାହିଁ । ହାଇକୋର୍ଟ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାସ୍ତା ମରାମତି କାମ ଆଗାମୀ ୭ ଦିନ ଭିତରେ ‌ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe