କନକ ବ୍ୟୁରୋ : ଏଥର ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ । ଲେଜର ଲାଇଟ୍ ବନ୍ଦ ସହ ବାଣ ଫୁଟା ଉପରେ ଲାଗିଲା ରୋକ୍ । ଦୁର୍ଗାପୂଜାକୁ ନେଇ ପୁଲିସ ସେବା ଭବନରେ ହୋଇଥିବା ବୈଠକରେ କମିସନରେଟ୍ ପୁଲିସ ପକ୍ଷରୁ ଏହି କଟକଣା ଲଗାଯାଇଛି । ଏଥର କେବଳ ପାରମ୍ପରିକ ବାଜାରେ ବିଦାୟ ନେବେ ମା’ । ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ କମିଶନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂଙ୍କ ସମେତ ବିଭିନ୍ନ ପୂଜା କମିଟି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ଏଥର ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ; ଫୁଟିବନି ବାଣ, ଲେଜର ଲାଇଟ୍ ବନ୍ଦ
ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ କମିଶନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂଙ୍କ ସମେତ ବିଭିନ୍ନ ପୂଜା କମିଟି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
/kanak/media/media_files/2025/09/01/dj-will-ban-2025-09-01-15-51-25.jpg)