କନକ ବ୍ୟୁରୋ: ଆଲୋକର ପର୍ବ ଦୀପାବଳି ମାତ୍ର ଏକ ପ୍ରଥା ନୁହେଁ ଏହା ମିତ୍ରତା, ସମୃଦ୍ଧି ଏବଂ ଆନନ୍ଦର ପର୍ବ । ଏ ପର୍ବ ମା’ ଲକ୍ଷ୍ମୀଙ୍କ ସହ ଜଡ଼ିତ, ଯିଏକି ଧନ ଏବଂ ସମୃଦ୍ଧିର ଦେବୀ । ଦୀପାବଳିରେ ଗହଣା ପିନ୍ଧିଲେ ଧନ ପ୍ରାପ୍ତି ହୋଇଥାଏ ଏବଂ ସମୃଦ୍ଧି ମିଳେ ବୋଲି ବିଶ୍ଵାସ ରହିଛି । ଦୀପାବଳିର ଆଲୋକକୁ ଆହୁରି ଉଜ୍ଜଳ କରିବା ପାଇଁ ରୁପା ଗହଣାର ଅନ୍ୟତମ ଅଗ୍ରଣୀ ଷ୍ଟୋର ‘ଚାନ୍ଦି ଭଣ୍ଡାର’ ଏହାର ସ୍ୱତନ୍ତ୍ର ‘ବ୍ରିଙ୍ଗ୍ କଲେକ୍ସନ’ର ଉପସ୍ଥାପନ କରିଛି । ୯୨.୫% ଶୁଦ୍ଧତାଯୁକ୍ତ ଷ୍ଟର୍ଲିଙ୍ଗ୍ ସିଲଭରରେ ଜିକନ୍ ଖଚିତ ଏହି ଆକର୍ଷଣୀୟ ତଥା ଷ୍ଟାଇଲିସ୍ ଗହଣା ସମ୍ଭାର ପରମ୍ପରା ଏବଂ ସୁନ୍ଦରତାରେ ଉପଯୁକ୍ତ ସନ୍ତୁଳନ ରକ୍ଷା କରେ । ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏ କଲେକ୍ସନ ଏକ ସର୍ବଶ୍ରେଷ୍ଠ ଫ୍ୟାଶନ୍ ଷ୍ଟେଟ୍‌ମେଣ୍ଟ, ଯାହାକି ଆତ୍ମବିଶ୍ବାସ, ସୁନ୍ଦରତା ଏବଂ ସଫଳତାକୁ ପାଳନ କରୁଥିବା ଚମତ୍କାର ରଙ୍ଗ ପ୍ରଦାନ କରିଥାଏ । ପଥରର ଚମକ ସହିତ ଆକର୍ଷଣୀୟ ଡିଜାଇନ୍‌ରେ ଦୀପାବଳି ପାଳନ କରିବାର ସୁଯୋଗ ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର ।

Advertisment

ପାର୍ବଣ ଉତ୍ସାହକୁ ଆହୁରି ବଢ଼ାଇବା ପାଇଁ ବ୍ରାଣ୍ଡ୍ ଆମ୍ବାସଡର ଶୈଳେନ୍ଦ୍ର ସାମନ୍ତରାୟ ଏବଂ ଶିବାନୀ ସଙ୍ଗୀତାଙ୍କୁ ନେଇ ଏକ ଦୀପାବଳି କ୍ୟାମ୍ପେନ ପ୍ରସ୍ତୁତ କରିଛି ଚାନ୍ଦି ଭଣ୍ଡାର । ଏଥିରେ ଉଭୟ ବ୍ରାଣ୍ଡ ଆମ୍ବାସଡର ବ୍ରିଙ୍ଗ୍ ଏବଂ ଆମୋଘ କଲେକ୍ସନକୁ ପ୍ରଦର୍ଶିତ କରିବେ । ଗ୍ରାହକଙ୍କୁ ସ୍ୱତନ୍ତ୍ର ଦୀପାବଳି ଅଫର ପ୍ରଦାନ ପୂର୍ବକ ଚାନ୍ଦି ଭଣ୍ଡାର ପକ୍ଷରୁ ରୁପା ଗହଣା ଏବଂ ଆର୍ଟିଫାକ୍ଟର ଗଢ଼ା ମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଏ ଅଫର ଅକ୍ଟୋବର ୧୮ରୁ ୩୧ ପର୍ଯ୍ୟନ୍ତ ଉପଲବ୍ଧ ।
ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ସା ହଂସ କୁହନ୍ତି ଯେ, ଏଥର ଦୀପାବଳିରେ ଆମ ବ୍ରାଣ୍ଡ ଆମ୍ବାସଡର ଶୈଳେନ୍ଦ୍ର ସାମନ୍ତରାୟ ଏବଂ ଶୀବାନି ସଙ୍ଗୀତା ବ୍ରିଙ୍ଗ୍ ଓ ଆମୋଘ କଲେକ୍ସନ ସହ ନିଜକୁ ଆଭୂଷିତ କରିବେ । ଆମର ସ୍ୱତନ୍ତ୍ର ଦୀପାବଳି କ୍ୟାମ୍ପେନ୍ ମାଧ୍ୟମରେ ଉଭୟ ଆମ କଲେକ୍ସନର ମ୍ୟାଜିକ୍‌କୁ ଲୋକଙ୍କ ଜୀବନରେ ଆଣିବେ । ଦୀପାବଳି ସେଲିବ୍ରେଶନ୍‌କୁ ପରିଭାଷିତ କରୁଥିବା ଆନନ୍ଦ ଏବଂ ଷ୍ଟାଇଲ୍‌କୁ ସେମାନେ ଉପସ୍ଥାପନ କରିବେ ।

ଚାନ୍ଦି ଭଣ୍ଡାର ରୁପା ଗହଣାର ଏକ ପସନ୍ଦଯୋଗ୍ୟ ପାରିବାରିକ ଷ୍ଟୋର ଭାବେ ପରିଗଣିତ ହୋଇଛି । ଦୀପାବଳି ପାଇଁ ଏହା ବ୍ୟାପକ ସମ୍ଭାରର ରୁପା ଗହଣା ଉପଲବ୍ଧ କରାଇଥାଏ । ଷ୍ଟୋରରେ ରୁପା ଦୀପ, ଅଷ୍ଟଲକ୍ଷ୍ମୀ କଳସରୁ ଆରମ୍ଭ କରି ଥାଳି, କଏନ୍, ରୁପା ବାର, ଦେବାଦେବୀଙ୍କ ପ୍ରତିମା ଏବଂ ଡେକୋରେଟିଭ୍ ଆଇଟମ୍ ଉପଲବ୍ଧ । ଏହାସହିତ ଷ୍ଟୋର ମଧ୍ୟ ଉଭୟ କର୍ପୋରେଟ ଏବଂ ପରିବାର ପାଇଁ ଉପହାର ସଲ୍ୟୁସନ ପ୍ରଦାନ କରିଥାଏ । ଉତ୍ତମମାନର ଉତ୍ପାଦ ଏବଂ ଡେଲିଭରି ସର୍ଭିସ ପାଇଁ କର୍ପୋରେଟ୍‌ ଗୁଡ଼ିକ ଲାଗି ଏହା ଏକ ଭରସାଯୋଗ୍ୟ ବ୍ରାଣ୍ଡ ଭାବେ ପରିଗଣିତ ହୋଇଥିବା ଶ୍ରୀମତୀ ହଂସ ପ୍ରକାଶ କରିଛନ୍ତି ।

ଚାନ୍ଦି ଭଣ୍ଡାର ରାଜ୍ୟର ଏକ ଏକ୍ସକ୍ୟୁସିଭ୍ ରୁପା ଚେନ୍ ଷ୍ଟୋର । ୨୦୧୩ରେ ଏକ ସ୍ୱତନ୍ତ୍ର ସିଲ୍‌ଭର ଷ୍ଟୋର ଭାବେ ଏହା ଓଡ଼ିଶାରେ ସ୍ଥାପିତ ହୋଇଥିଲା । ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ସମଗ୍ର ରାଜ୍ୟରେ ୧୭ରେ ପହଞ୍ଚିଛି । ଭୁବନେଶ୍ୱରର ସହିଦ ନଗର, ପଟିଆ, ଜନପଥ, ସୌଭାଗ୍ୟନଗର, ରସୁଲଗଡ଼ ଓ ନୟାପଲ୍ଲୀ, କଟକର କ୍ୟାଣ୍ଟନମେଣ୍ଟ ରୋଡ୍ ଏବଂ ସିଡିଏ, ରାଉରକେଲା, ଅନୁଗୁଳ, ଯାଜପୁର, ବ୍ରହ୍ମପୁର, ବାଲେଶ୍ୱର, ଢେଙ୍କାନାଳ, ତାଳଚେର, ଭଦ୍ରକ ଏବଂ ବାରିପଦାରେ ଏହାର ଷ୍ଟୋର ରହିଛି । ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍ ରୁପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଭ୍ୟାଲ୍ୟୁ ଫର୍ ମନି ଏବଂ ହଲମାର୍କଯୁକ୍ତ ଓ କ୍ଵାଲିଟି ଉତ୍ପାଦ ଚାନ୍ଦି ଭଣ୍ଡାରର ପ୍ରତିଶ୍ରୁତି । ଏହି ଦୀପାବଳିରେ ଚାନ୍ଦି ଭଣ୍ଡାରକୁ ସେଲିବ୍ରେଶନ୍‌ର ଅଂଶ କରିବାକୁ ଷ୍ଟାର ପକ୍ଷରୁ ଅନୁରୋଧ କରାଯାଇଛି ।