ଦିବ୍ୟା ଦେଶମୁଖ ନୂଆ ଚେସ୍ ଚାମ୍ପିୟନ୍: କୋନେରୁ ହମ୍ପିଙ୍କୁ ହରାଇ ରଚିଲେ ଇତିହାସ

ଫାଇନାଲକୁ ଦିବ୍ୟାଙ୍କ ଯାତ୍ରା ବେଶ୍ ଚମତ୍କାର ରହିଥିଲା । ସେ ସେମିଫାଇନାଲରେ ପୂର୍ବତନ ବିଶ୍ୱ ଚାମ୍ପିୟନ୍ ଚୀନର ଟାନ୍ ଝୋଙ୍ଗିଙ୍କୁ ୧.୫-୦.୫ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ଏହି ବିଜୟ ପରେ ସେ FIDE ମହିଳା ବିଶ୍ୱକପ୍ ଫାଇନାଲରେ ପହଞ୍ଚିବାରେ ପ୍ରଥମ ଭାରତୀୟ ହୋଇପାରିଥିଲେ ।

16

କନକ ବ୍ୟୁରୋ: ଭାରତର ୧୯ ବର୍ଷୀୟା ଚେସ୍ ପ୍ରତିଭା ଦିବ୍ୟା ଦେଶମୁଖ FIDE ମହିଳା ଚେସ୍ ବିଶ୍ୱକପ ୨୦୨୫ର ଫାଇନାଲରେ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି । ସେ ଫାଇନାଲରେ ଭାରତର ଅନ୍ୟତମ ଅଭିଜ୍ଞ ଖେଳାଳି କୋନେରୁ ହମ୍ପିଙ୍କୁ ପରାସ୍ତ କରି ଏହି ଗୌରବ ଅର୍ଜନ କରିଛନ୍ତି । ଏହି ବିଜୟ ସହ ସେ ବିଶ୍ୱ ଚେସ୍ ଚାମ୍ପିୟନ୍ ହେବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି । 

ଫାଇନାଲକୁ ଦିବ୍ୟାଙ୍କ ଯାତ୍ରା ବେଶ୍ ଚମତ୍କାର ରହିଥିଲା । ସେ ସେମିଫାଇନାଲରେ ପୂର୍ବତନ ବିଶ୍ୱ ଚାମ୍ପିୟନ୍ ଚୀନର ଟାନ୍ ଝୋଙ୍ଗିଙ୍କୁ ୧.୫-୦.୫ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ଏହି ବିଜୟ ପରେ ସେ FIDE ମହିଳା ବିଶ୍ୱକପ୍ ଫାଇନାଲରେ ପହଞ୍ଚିବାରେ ପ୍ରଥମ ଭାରତୀୟ ହୋଇପାରିଥିଲେ । ଏହାସହ ସେ ଆସନ୍ତା ବର୍ଷ ହେବାକୁ ଥିବା କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି । 

କ୍ୱାର୍ଟର ଫାଇନାଲରେ ଦିବ୍ୟା ଚୀନର ଦ୍ୱିତୀୟ ସିଡ୍ ଖେଳାଳି ଜୁ ଜିନର ଏବଂ ଭାରତର ଗ୍ରାଣ୍ଡମାଷ୍ଟର ହାରିକା ଦ୍ରୋଣାଭଲ୍ଲୀଙ୍କୁ ପରାସ୍ତ କରିଥିଲେ । ଏଥରକ ମହିଳା ବିଶ୍ୱକପରେ ପ୍ରଥମ ଥର ପାଇଁ ଅଲ୍-ଇଣ୍ଡିଆନ୍ ଫାଇନାଲ୍ ଦେଖିବାକୁ ମିଳିଥିଲା, ଯେଉଁଥିରେ ଦିବ୍ୟା ଦେଶମୁଖ ଏବଂ କୋନେରୁ ହମ୍ପି ମୁହାଁମୁହିଁ ହୋଇଥିଲେ । ଦୁଇ ଭାରତୀୟ ଖେଳାଳି ଫାଇନାଲରେ ପହଞ୍ଚିବା ଭାରତୀୟ ଚେସ୍ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଥିଲା । 

ଜର୍ଜିଆର ବାତୁମିଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଦିବ୍ୟା ଆରମ୍ଭରୁ ଚମତ୍କାର ଖେଳ ପ୍ରଦର୍ଶନ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe