ପତିପତ୍ନୀଙ୍କ ବିନା ସହମତିରେ ହୋଇପାରିବନି ଛାଡପତ୍ର ; ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଉଭୟ ପତିପତ୍ନୀଙ୍କ ସହମତି ବିନା ହୋଇପାରିବନି ବିଚ୍ଛେଦ ଫଇସଲା । ମାମଲା ବିଚାରାଧୀନ ଥିବା ସମୟରେ ବି ଜଣେ ଏକପାଖିଆ କରିପାରିବ ସମ୍ମତି ପ୍ରତ୍ୟାହାର ।

9C

କନକ ବ୍ୟୁରୋ: ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଉଭୟ ପତିପତ୍ନୀଙ୍କ ସହମତି ବିନା ହୋଇପାରିବନି ବିଚ୍ଛେଦ ଫଇସଲା । ମାମଲା ବିଚାରାଧୀନ ଥିବା ସମୟରେ ବି ଜଣେ ଏକପାଖିଆ ସମ୍ମତି ପ୍ରତ୍ୟାହାର କରିପାରିବ । ସ୍ୱାମୀ ଓ ସ୍ତ୍ରୀ ପରସ୍ପର ସହମତିରେ ବିବାହ ବିଚ୍ଛେଦ ପାଇଁ ଦାୟର କରିଥିବା ମାମଲା ବିଚାରାଧୀନ ଥିବା ବେଳେ ଯେ କୌଣସି ସମୟରେ ଦମ୍ପତିଙ୍କ ମଧ୍ୟରୁ ଜଣେ ଏକପାଖିଆ ଭାବେ ସହମତି ପ୍ରତ୍ୟାହାର କରି ପାରିବେ । ହିନ୍ଦୁ ବିବାହ ଅଧିନିୟମ, ୧୯୫୫ର ଧାରା ୧୩(ଖ)ରେ ସମ୍ମତିକ୍ରମେ ସ୍ବାମୀ-ସ୍ତ୍ରୀ ବିବାହ ବିଚ୍ଛେଦ ପାଇଁ ଆବେଦନ କରିବାର ବ୍ୟବସ୍ଥା ରହିଛି । ଯଦି ଏଭଳି ମାମଲା ବିଚାରାଧୀନ ଥିବା ବେଳେ ଦୁଇଜଣଙ୍କ ମଧ୍ୟରୁ ଜଣେ ସମ୍ମତି ପ୍ରତ୍ୟାହାର କରନ୍ତି, ତେବେ ବିବାହ ବିଚ୍ଛେଦ ଆଦେଶ ପ୍ରଦାନ କରାଯାଇ ପାରିବ ନାହିଁ । 

ଧାରା ୧୩(ଖ)ରେ ମଞ୍ଜୁର କରାଯାଉଥିବା ବିବାହ ବିଚ୍ଛେଦ ଆଦେଶର ମୂଳ ତତ୍ତ୍ବ ହେଉଛି ସମ୍ମତି । ତେଣୁ ଦମ୍ପତିଙ୍କ ମଧ୍ୟରୁ ଜଣଙ୍କ ସମ୍ମତି ନ ରହିଲେ ଧାରା ୧୩(ଖ) ଅନୁସାରେ ବିବାହ ବିଚ୍ଛେଦ ଆଦେଶ ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଏପରିକି ମାମଲାରେ ଯୁକ୍ତି ଉପସ୍ଥାପନ ସମ୍ପୂର୍ଣ୍ଣ ପରେ ବି ଦମ୍ପତିଙ୍କ ମଧ୍ୟରୁ ଜଣେ ସମ୍ମତି ପ୍ରତ୍ୟାହାର କରି ପାରିବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବାଲେଶ୍ବର ପରିବାର ଅଦାଲତଙ୍କ ଆଦେଶ ବିରୋଧରେ ପତ୍ନୀଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe