କନକ ବ୍ୟୁରୋ : ଭୁବନେଶ୍ବର କେୟାର ହସ୍ପିଟାଲ ନିକଟରେ ବସ୍ତି ଉଚ୍ଛେଦ ନେଇ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ । ବସ୍ତି ବାସିନ୍ଦାଙ୍କୁ ଥଇଥାନ ପାଇଁ ଟ୍ରାଇଟ୍ ହାଉସ୍‌କୁ ନିଆଯାଉଥିଲା । ଏହି ସମୟରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି ।

Advertisment

ଫେକ୍ ଡକ୍ୟୁମେଣ୍ଟ ଦ୍ଵାରା ଆବାସ ପାଇଥିବା ମୂଳ ବାସିନ୍ଦା ମାନଙ୍କୁ ବାହାର କରୁଥିବା ଅଭିଯୋଗ କରି ବିଜେପିର ସ୍ଥାନୀୟ କର୍ମୀ ବିରୋଧ କରିଥିଲେ। ଅପରପକ୍ଷରେ ୩ଦିନ ଧରି ଚାଲିଥିବା ସ୍ଥାନାନ୍ତର ପ୍ରକ୍ରିୟାକୁ କାହିଁକି ବନ୍ଦ କରୁଛନ୍ତି ବୋଲି ପ୍ରଶ୍ନ କରି ବିଜେଡି କର୍ମୀ ବିରୋଧ କରି ରାସ୍ତା ରୋକ କରିଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ବଢିବା ସହ ରାସ୍ତା ରୋକ ହୋଇଥିଲା । ସେପଟେ ବିଡିଏ ପକ୍ଷରୁ ଅଧିକାରୀ ଆସି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ । ଏହାସହ ଆସନ୍ତାକାଲି ଉଭୟ ଗୋଷ୍ଠୀଙ୍କୁ ଆଲୋଚନା ପାଇଁ ଡାକିଛନ୍ତି । ଏହାପରେ ରାସ୍ତା ରୋକରୁ ଓହରିଛନ୍ତି ଉଭୟ ଗୋଷ୍ଠୀ ।