ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ

Advertisment

ଖରିଆର ରୋଡ ସ୍ଥିତ ନବୋଦିତ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ମୁଖ୍ୟ S.A.Rahman ପତାକା ଉତ୍ତୋଳନ ପୂର୍ବକ ଅକ୍ଷନୁଷ୍ଠାନିକ ଭାବରେ ଶିବିରଟିକୁ ଉଦଘାଟନ କରିଥିଲେ ।

ଖରିଆର ରୋଡ ସ୍ଥିତ ନବୋଦିତ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ମୁଖ୍ୟ S.A.Rahman ପତାକା ଉତ୍ତୋଳନ ପୂର୍ବକ ଅକ୍ଷନୁଷ୍ଠାନିକ ଭାବରେ ଶିବିରଟିକୁ ଉଦଘାଟନ କରିଥିଲେ ।

Capture125

କନକ ବ୍ୟୁରୋ : ଖରିଆର ରୋଡ ସ୍ଥିତ ନବୋଦିତ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ମୁଖ୍ୟ S.A.Rahman ପତାକା ଉତ୍ତୋଳନ ପୂର୍ବକ ଅକ୍ଷନୁଷ୍ଠାନିକ ଭାବରେ ଶିବିରଟିକୁ ଉଦଘାଟନ କରିଥିଲେ । ଅଧ୍ୟକ୍ଷ ମଧୁସୂଦନ ମୁଣ୍ଡଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଜି.ଗୁଣ୍ଡାଳା ରେଡ୍ଡୀ ରାଘଭେନ୍ଦ୍ର ମୁଖ୍ୟ ଅତିଥି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଆଲୋକ ଅନୁଗୁଳିଆ, ଜିଲ୍ଲା ଯୁବରେଡ଼କ୍ରସ ତଥା ନ୍ୟାସନାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ହିତେଶ କୁମାର ସାହୁ, ଜିଲ୍ଲା ଯୁବରେଡ଼କ୍ରସ ଆବାହକ-ସଂପାଦକ ଶିବ ପ୍ରସାଦ ସା,ଜିଲ୍ଲା ସଂଯୋଜକ ଅଶ୍ୱିନୀ ଓତା ପ୍ରମୁଖ ସମ୍ମାନୀତ ଅତିଥି ଓ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ତରୁଣ ପ୍ରଧାନ ମୁଖ୍ୟବକ୍ତା ଭାବେ ମଞ୍ଚାସୀନ ଥିଲେ । 

ମୁଖ୍ୟ ଅତିଥି ଅପରାଧ ସମ୍ପର୍କିତ ବିଭିନ୍ନ ଦିଗ ଓ ଏହାର ନିରାକରଣ ଉପରେ ସ୍ୱେଚ୍ଛାସେବୀଙ୍କୁ ସଚେତନ କରିଥିଲେ କ୍ଷ ଅନ୍ୟ ଅତିଥିମାନେ ଯୁବରେଡକ୍ରସର ଭୂମିକା ଓ  ଆବଶ୍ୟକତା ଉପରେ ନିଜର ବକ୍ତବ୍ୟ ରଖିଥିଲେ କ୍ଷ ପରିଶେଷରେ ପ୍ରାଧ୍ୟାପକ ଚନ୍ଦ୍ରଶେଖର ଚନ୍ଦ୍ରକାର ଧନ୍ୟବାଦ ଅର୍ପଣ କରିଥିଲେ । ନଭେମ୍ବର ୨୨ ତାରିଖରୁ ୨୪ତାରିଖ  ଯାଏଁ ଏହି ଶିବିର ଚାଲିବ ବୋଲି ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଆସିକ ରେହେମାନ ସୂଚନା ପ୍ରଦାନ କରିଛନ୍ତି । ଏଥିରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୪୦ଜଣ ପରାମର୍ଶ ଦାତା ଓ ସ୍ୱେଚ୍ଛାସେବୀ ମାନେ ଯୋଗଦାନ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe