ଦୁଲୁକୁଛି ମାଲକାନଗିରି ; ମାଲ୍ୟବନ୍ତ ମହୋତ୍ସବ ପାଇଁ ଉତ୍ସବ ମୁଖରିତ ଜିଲ୍ଲା

Advertisment

ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବର ମୁକ୍ତାକାଶ ମଞ୍ଚରେ ଜିମିଛି ନାଚଗୀତ। ମହୋତ୍ସବର ପ୍ରଥମ ଦିନରୁ କଳା ସଂସ୍କୃତିର ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛି । ଓଡିଶୀ ନୃତ୍ୟ,  ଆଦିମ ବଣ୍ଡା ଓ କୋୟା ନାଚ, ଆସାମର ବିହୁ ନାଚ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛି। ପାରମ୍ପରିକ ନାଚଗୀତ ପରେ ପ୍ରତି ସନ୍ଧ୍ୟାରେ ଜମୁଛି ମ୍ୟୁଜିକାଲ ନାଇଟର ଧୁମ।

ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବର ମୁକ୍ତାକାଶ ମଞ୍ଚରେ ଜିମିଛି ନାଚଗୀତ। ମହୋତ୍ସବର ପ୍ରଥମ ଦିନରୁ କଳା ସଂସ୍କୃତିର ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛି । ଓଡିଶୀ ନୃତ୍ୟ,  ଆଦିମ ବଣ୍ଡା ଓ କୋୟା ନାଚ, ଆସାମର ବିହୁ ନାଚ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛି। ପାରମ୍ପରିକ ନାଚଗୀତ ପରେ ପ୍ରତି ସନ୍ଧ୍ୟାରେ ଜମୁଛି ମ୍ୟୁଜିକାଲ ନାଇଟର ଧୁମ।

malakanagiri

malakanagiri Photograph: (kanak news)

କନକ ବ୍ୟୁରୋ : ମାଲ୍ୟବନ୍ତ ମହୋତ୍ସବ ଲାଗି ଉତ୍ସବ ମୁଖରିତ ମାଲାକନଗିରି ଜିଲ୍ଲା । ବିଳମ୍ବରେ ହେଉ ପଛେ ଜିଲ୍ଲାର ଗଣପର୍ବକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଫେବୃଆରୀ ଏକ ତାରିଖରୁ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇଥିବା ବେଳେ ପ୍ରତି ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାର କଳାକାରଙ୍କ ନାଚ ଗୀତରେ ତାଳେ ତାଳେ ଝୁମି ଉଠୁଛନ୍ତି ଦର୍ଶକ । ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବର ମୁକ୍ତାକାଶ ମଞ୍ଚରେ ଜିମିଛି ନାଚଗୀତ। ମହୋତ୍ସବର ପ୍ରଥମ ଦିନରୁ କଳା ସଂସ୍କୃତିର ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛି । ଓଡିଶୀ ନୃତ୍ୟ,  ଆଦିମ ବଣ୍ଡା ଓ କୋୟା ନାଚ, ଆସାମର ବିହୁ ନାଚ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛି। ପାରମ୍ପରିକ ନାଚଗୀତ ପରେ ପ୍ରତି ସନ୍ଧ୍ୟାରେ ଜମୁଛି ମ୍ୟୁଜିକାଲ ନାଇଟର ଧୁମ। ପ୍ରଥମ ସନ୍ଧ୍ୟାରେ ବଲିଉଡର ସୁନାମଧନ୍ୟ କଣ୍ଠଶିଳ୍ପୀ ତ୍ରିଶା ଚାଟାର୍ଜୀଙ୍କ ଗୀତ ସହ ଚତୁର୍ଥ ସନ୍ଧ୍ୟାରେ ଓଲିଉଡ୍‌ର ଦୀପ୍ତିରେଖା ପାଢି, ସମ୍ବଲପୁରି ସେନସେଶନ ମଣ୍ଟୁ ଛୁରିଆଙ୍କ କଣ୍ଠ ସ୍ବରରେ ଝୁମିଥିଲେ ଦର୍ଶକ।

ପ୍ରତିବର୍ଷ ୩ ଦିନ ଧରି ମାଲ୍ୟବନ୍ତ ମହୋତ୍ସବର ମୁଖ୍ୟ ପର୍ବ ଅନୁଷ୍ଠିତ ହେଉଥିବା ବେଳେ ପରବର୍ତ୍ତୀ ୨ ଦିନ ମାଲ୍ୟବନ୍ତ ମଞ୍ଚରେ ସ୍ଥାନୀୟ କଳାକାର ନାଚ ଗୀତ ପରିବେଷଣ କରିଥାନ୍ତି। ଚଳିତ ବର୍ଷ ୫ ଦିନ ଧରି ଓଲିଉଡ, ବଲିଉଡର  କଳାକାରଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରତିବର୍ଷ ଡିସେମ୍ବର ମାସ ସୁଧା ଶେଷ ହୁଏ ମାଲ୍ୟବନ୍ତ ମହୋତ୍ସବ। ତେବେ ଚଳିତ ବର୍ଷ ଏମଭି ୨୬ ହିଂସା ଯୋଗୁ ମହୋତ୍ସବ ପାଳନରେ ବିଳମ୍ବ ଘଟିଛି। ତେବେ ବିଳମ୍ବରେ ହେଉ ପଛେ ମାଲ୍ୟବନ୍ତ ମହୋତ୍ସବର ଉତ୍ସାହ କିନ୍ତୁ କୌଣସି ଗୁଣ କମ ପରିଲକ୍ଷିତ ହେଉନାହିଁ । 

ଅଧିକ ପଢ଼ନ୍ତୁ---ଗାଁକୁ ନାହିଁ ମୌଳିକ ସୁବିଧା ; ଖବର ପ୍ରସାରଣ ପରେ ପହଞ୍ଚିଲେ ଉପଜିଲ୍ଲାପାଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe