ସମ୍ଭାବ୍ୟ ବାତ୍ୟା ନେଇ ସଜାଗ ରାଜ୍ୟ ସରକାର ; ୧୧ଟାରେ ଜିଲ୍ଲାପାଳଙ୍କ ଜରୁରୀକାଳୀନ ବୈଠକ

ସମ୍ଭାବ୍ୟ ବାତ୍ୟା ନେଇ ସଜାଗ ରାଜ୍ୟ ସରକାର । ୧୧ଟାରେ ବସିବ ଜିଲ୍ଲାପାଳଙ୍କ ବୈଠକ । ସନ୍ଧ୍ୟାରେ ଏସଆରସିଙ୍କୁ ଦେବେ ରିପୋର୍ଟ । ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ।

23collectors

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସଜାଗ ସରକାର। ଆଜି ଦିନ ୧୧ଟା ବେଳେ ଜିଲ୍ଲାପାଳଙ୍କ ବୈଠକ ଅଛି। ଜିଲ୍ଲାପାଳମାନେ ଜିଲ୍ଲା ସ୍ତରରେ ବୈଠକ କରିବେ । ବାତ୍ୟା ପାଇଁ କ’ଣ କ’ଣ ପଦକ୍ଷେପ ନିଆଯାଇପାରିବ, ସେ ସମ୍ପର୍କରେ ସନ୍ଧ୍ୟା ସୁଦ୍ଧା ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ରିପୋର୍ଟ ଦେବେ । ବାତ୍ୟା ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିବା ପରେ ଆଲର୍ଟ ମୋଡ୍‌ରେ ରାଜ୍ୟ ସରକାର । ମୁକାବିଲା ପାଇଁ ତୁହାକୁ ତୁହା ବୈଠକ ବସୁଛି । ସମସ୍ତ ପ୍ରତିକୂଳ ପରିସ୍ଥିତିର ଯେମିତି ମୁକାବିଲା କରିହେବ ସେଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe