କନକବ୍ୟୁରୋ : ସ୍କୁଲ ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ ।  ଯାଜପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ଅମ୍ବର କୁମାର କର ବରୀ ଗସ୍ତରେ ଥିବାବେଳେ ଏକ ବିଦ୍ୟାଳୟରେ ପହଂଚି ପିଲାଙ୍କୁ ପାଠ ପଢ଼ାଇଛନ୍ତି  ।  ଜିଲ୍ଲାପାଳ ପ୍ରଥମେ ବରୀ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବା ସମ୍ପର୍କରେ ତହସିଲଦାର ଓ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । 

Advertisment

ବରୀ ବ୍ଲକ ଅନ୍ତର୍ଗତ ରତଳଙ୍ଗ ପଞ୍ଚାୟତରେ ପହଞ୍ଚି ଦୀର୍ଘଦିନ ଧରି ଅର୍ଧ ନିର୍ମିତ ଅବସ୍ଥାରେ ଥିବା ରତାଳଙ୍ଗ ସେତୁ ପରିଦର୍ଶନ କରିଥିଲେ   ।  ପରେ ରତଳାଙ୍ଗ ନୋଡାଲ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପହଞ୍ଚି ଛାତ୍ର ଛାତ୍ରୀ  ମାନଙ୍କୁ ସୂତା କିପରି ତିଆରି କରାଯାଏ ଓ ସୂତାରୁ କିପରି ବସ୍ତ୍ର ତିଆରି କରାଯାଏ ସେ ବିଷୟରେ ଶିକ୍ଷା ଦେବା  ସହିତ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ  ।   ସେହିପରି ବନ୍ୟାରେ ପ୍ରଭାବିତ ହୋଇ ଜଳମଗ୍ନ ହୋଇଥିବା ଚାଷ ଜମି ଗୁଡିକ ଦେଖିବା ସହିତ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କେନ୍ଦ୍ରରେ ପହଞ୍ଚି ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ   । 
--