କନକ ବ୍ୟୁରୋ: ଯେଉଁଠି ଯୋଜନା ପହଞ୍ଚିପାରିଲାନି ସେଠାରେ ଜିଲ୍ଲାପାଳ କରିଦେଖାଇଲେ । ଦୁର୍ଗମ ଅଞ୍ଚଳକୁ ଯାଇ ସ୍ଥିତି ନିଜେ ଅନୁଧ୍ୟାନ କଲେ ଜିଲ୍ଲାପାଳ । କାଳାହାଣ୍ତି ନିୟମଗିରି ପାହାଡ଼ ଉପରୁ ତଳକୁ ଆସିବେ ୮ ପରିବାର। କଳାହାଣ୍ଡି ଲାଞ୍ଜିଗଡ଼ କୁନ୍ନାକାଡୁ ଗାଁର ୮ଟି ପରିବାରକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିୟମଗିରି ପାହାଡ଼ ଉପରେ ଗାଁଟି ଥିବା ବେଳେ ଗାଁରେ କୌଣସି ମୌଳିକ ସୁବିଧା ନଥିଲା । ସେଠାରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପୂର୍ବରୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିବା ବେଳେ ଏବେ ଖୋଦ ଜିଲ୍ଲାପାଳ ଗାଁକୁ ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ୧୨ ଶହ ଫୁଟ୍ ପାହାଡ଼ ଚଢ଼ି ଗାଁକୁ ଯାଇଛନ୍ତି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ।
ଏଥିସହ ପାହାଡ଼ ତଳେ ଗ୍ରାମବାସୀଙ୍କ ପାଇଁ ନିର୍ମାଣ ହୋଇଥିବା ୧୨ଟି ଘରର ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି ଜିଲ୍ଲାପାଳ। ତେବେ ଘର ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ଗାଁକୁ ପାନୀୟ ଜଳ ଯୋଗାଣ, ଗାଁରୁ ଘର ପର୍ଯ୍ୟନ୍ତ ରାସ୍ତା ଏବଂ ପରିବାର ପ୍ରତିପୋଷଣ ସଂପର୍କରେ ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ।ସୂଚନା ଅନୁଯାୟୀ ପାହାଡ଼ ଉପରେ ଥିବା ଏହି ଗାଁରେ ୮ଟି ପରିବାର ବାସ କରୁଥିବା ବେଳେ ଗାଁକୁ ରାସ୍ତା ନାହିଁ। ନଳକୂଅ ପାଣି, ବିଜୁଳି ଆଜି ବି ଅପହଞ୍ଚ। ଝରଣାରୁ ପିଇବା ପାଣି ଆଣିବାକୁ ହେଲେ ୯ ଶହ ଫୁଟ୍ ତଳକୁ ଓହ୍ଲାଇବାକୁ ପଡ଼େ। କାହାର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲେ ଡାକ୍ତରଖାନା ନେବାକୁ ମଧ୍ୟ ସୁବିଧା ନାହିଁ। ଜିଲ୍ଲାପଳଙ୍କ ଏପରି ପଦକ୍ଷେପ ଦେଖି ସ୍ଥାନୀୟ ଲୋକ ଖୁବ ପ୍ରଶଂସା କରିଛନ୍ତି ।
ଆହୁରି ପଢନ୍ତୁ ବିଚିତ୍ର ପାଣିପାଗ : ଦିନରେ ବଢୁଛି ତାପମାତ୍ରା, ରାତିରେ ଖସୁଛି ପାରଦ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/08/6-2026-02-08-08-37-31.jpg)