କନକ ବ୍ୟୁରୋ : ଉପର ପଡ଼ିଆରେ ହୋଇପାରେ ବାଲିଯାତ୍ରା । କଟକର ଐତିହାସିକ ବାଲିଯାତ୍ରା ଉପର ପଡ଼ିଆରେ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ହାଇକୋର୍ଟଙ୍କୁ ଅବଗତ କରାଯିବ । ଆସନ୍ତା ୯ ତାରିଖରେ ହେବାକୁ ଥିବା ହାଇକୋର୍ଟର ଶୁଣାଣି ବେଳେ ଏହି ନିଷ୍ପତ୍ତି ସଂପର୍କରେ ବିଚାର ଉପସ୍ଥାପନ କରାଯିବ । କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ, ବାଲିଯାତ୍ରା ଆୟୋଜିତ ହେବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ପାର୍କିଂ, ଟ୍ରାଫିକ ସମସ୍ୟା, ଭିଡ଼ ନିୟନ୍ତ୍ରଣ ସମସ୍ୟା ଆଦି ଦର୍ଶାଇ ଉପର ପଡ଼ିଆରେ ବାଲିଯାତ୍ରା ହେବ ନାହିଁ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲା ।

Advertisment