କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆଙ୍କୁ ଗାଳି ଦେବା ପ୍ରସଙ୍ଗ । ପ୍ରତିବାଦରେ ବିହାର ବନ୍ଦ କଲା ଏନ୍ଡିଏ । ଏନ୍ଡିଏ ପକ୍ଷରୁ ୫ ଘଣ୍ଟା ବନ୍ଦ ପାଳନ କରାଯାଉଛି । କିଛିଦିନ ତଳେ କଂଗ୍ରେସ ଓ ଆର୍ଜେଡି ରାଲିରେ ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟ ଦିଆଯାଇଥିଲା । ଏହାର ପ୍ରତିବାଦରେ ବିହାରର ବିଭିନ୍ନ ସ୍ଥାନରେ ଏନ୍ଡିଏ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆଙ୍କୁ କଂଗ୍ରେସ ନେତା ଅସମ୍ମାନ କରିଥିବା ଅଭିଯୋଗରେ ବିଜେପି ଓ ଏନ୍ଡିଏ କାର୍ଯ୍ୟକର୍ତ୍ତାମାନେ ରାସ୍ତା ବନ୍ଦ ଓ ଟାୟାର୍ ପୋଡ଼ି ପ୍ରତିବାଦ କରିଛନ୍ତି । ବନ୍ଦ ପାଟନା, ସିୱାନ୍, କଟିହାର୍, ଔରଙ୍ଗାବାଦ୍, ବାଙ୍କା, ଗୋପାଳଗଞ୍ଜ, ହଜାରୀପୁର୍, ଆରରିଆ, ପୂର୍ଣ୍ଣିଆ, ମୁଙ୍ଗେର୍, ଭାଗଲପୁର୍ରେ ପ୍ରଭାବ ପକାଇଛି । ରାହୁଲ ଗାନ୍ଧୀ କ୍ଷମା ମାଗିବା ଦାବି କରି ବିଜେପି ଜୋରଦାର ପ୍ରଦର୍ଶନ କରିଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆଙ୍କୁ ଅସମ୍ମାନ ପ୍ରସଙ୍ଗ: ବିହାରରେ ରାସ୍ତାକୁ ଓହ୍ଲାଇଲା ଏନଡିଏ
କିଛିଦିନ ତଳେ କଂଗ୍ରେସ ଓ ଆର୍ଜେଡି ରାଲିରେ ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟ ଦିଆଯାଇଥିଲା । ଏହାର ପ୍ରତିବାଦରେ ବିହାରର ବିଭିନ୍ନ ସ୍ଥାନରେ ଏନ୍ଡିଏ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
/kanak/media/media_files/2025/09/04/25-2025-09-04-14-07-19.jpg)