ବୌଦ୍ଧରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ : ଜିଲ୍ଲା ମହୋତ୍ସବରୁ ଆସିଲା ଅଭାବନୀୟ ଦୃଶ୍ୟ

Advertisment

ବୌଦ୍ଧ ଜିଲ୍ଲା ମହୋତ୍ସବରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅସମ୍ମାନ । ନୃତ୍ୟ ପରିବେଷଣ ପରେ ଶ୍ରୀଜଗନ୍ନାଥଙ୍କ ଫଟୋକୁ ଅସମ୍ମାନ କଲେ କଳାକାର ।  ଗ୍ରୀନ୍‌ ରୁମ୍‌ରେ ଜଗନ୍ନାଥଙ୍କ ଫୋଟକୁ ତଳେ ପକାଇ ରଖିଲେ କଳାକାର ।

ବୌଦ୍ଧ ଜିଲ୍ଲା ମହୋତ୍ସବରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅସମ୍ମାନ । ନୃତ୍ୟ ପରିବେଷଣ ପରେ ଶ୍ରୀଜଗନ୍ନାଥଙ୍କ ଫଟୋକୁ ଅସମ୍ମାନ କଲେ କଳାକାର ।  ଗ୍ରୀନ୍‌ ରୁମ୍‌ରେ ଜଗନ୍ନାଥଙ୍କ ଫୋଟକୁ ତଳେ ପକାଇ ରଖିଲେ କଳାକାର ।

31

Photograph: (kanaknews)

କନକବ୍ୟୁରୋ : ବୌଦ୍ଧ ଜିଲ୍ଲା ମହୋତ୍ସବରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅସମ୍ମାନ । ନୃତ୍ୟ ପରିବେଷଣ ପରେ ଶ୍ରୀଜଗନ୍ନାଥଙ୍କ ଫଟୋକୁ ଅସମ୍ମାନ କଲେ କଳାକାର ।  ଗ୍ରୀନ୍‌ ରୁମ୍‌ରେ ଜଗନ୍ନାଥଙ୍କ ଫୋଟକୁ ତଳେ ପକାଇ ରଖିଲେ କଳାକାର ।  କେତେବେଳେ ଜଗନ୍ନାଥଙ୍କ ଫଟୋ ଉପରେ ଡେଇଁକି ଯାଉଥିବାର ଦେଖିବାକୁ ମିଳିଛି , ତ ପୁଣି କେତେବେଳେ ଶ୍ରୀଜଗନ୍ନାଥଙ୍କ ଫଟୋ ଉପରେ ଅନ୍ୟ ଜିନିଷ ରଖିଛନ୍ତି । କ୍ୟାମେରା ଦେଖିଲା ପରେ ଛାନିଆ ହୋଇ ଫୋଟକୁ ଉଠାଇ ନେଇଛନ୍ତି କଳାକାର । ଏସବୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏଭଳି ଦୃଶ୍ୟ ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଭାବା ବେଗକୁ କଷ୍ଟ ପହଞ୍ଚାଇବ ନିଶ୍ଚୟ ।  

ଭୁବନେଶ୍ବର ବିମାନବନ୍ଦରରୁ ୧୦ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ ଜବତ

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାରେ ଚାଲିଥିବା ମହୋତ୍ସବରେ ଓଡ଼ିଆ ଅସ୍ମିତାକୁ ନେଇ ଏକ ନୃତ୍ୟ ପରିବେଷଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ସୀଙ୍ଘମ୍  ଡ୍ୟାନସ୍ ଷ୍ଟୁଡିଓର ଗ୍ରୁପ୍ ପହଞ୍ଚିଥିଲା  । ଏହି ଟିମ୍ ବୌଦ୍ଧ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଆସି ଓଡ଼ିଆ ଅସ୍ମିତାକୁ ନେଇ ନିଜର ନୃତ୍ୟ ପରିବେଷଣ କରିଥିଲେ । ଏଥିସହିତ ଓଡ଼ିଆଙ୍କ ୧୨ ମାସରେ ୧୩ ପର୍ବକୁ ନେଇ ନୃତ୍ୟ ପରିବେଷଣ କରିଥିଲେ ।  ମଞ୍ଚ ଉପରେ ଜଗନ୍ନାଥଙ୍କୁ ସମ୍ମାନ ଜଣାଇ ଜୟ ଜଗନ୍ନାଥଙ୍କ ଗୀତରେ ଅତି ଚମତ୍କାର ନୃତ୍ୟ ପରିବେଷଣ କରିଥିଲେ ।  ମାତ୍ର ନୃତ୍ୟ ପରିବେଷଣ ପରେ କଳାକାରମାନେ ଗ୍ରୀନରୁମ୍‌ରେ ଜଗନ୍ନାଥଙ୍କ ଫଟୋକୁ ନେଇ ତଳେ ପକେଇ ଦେବା ସହିତ ତାଙ୍କ ଫଟୋ ଉପର ଦେଇ ଚଳପ୍ରଚଳ ହେଉଥିଲେ ।  ସେପଟେ ଜଗନ୍ନାଥଙ୍କ ଫୋଟ କୁ ତଳେ ପକାଇବାକୁ ନେଇ ପ୍ରଶ୍ନ କରିବାରୁ ଖାମ ଖିଆଲି ଭାବେ ଉତ୍ତର ରଖିଥିଲେ କଳାକାର ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe