କନକ ବ୍ୟୁରୋ, ରାୟଗଡ଼ା ପେଣ୍ଟା ପଞ୍ଚାୟତ ଅନ୍ତର୍ଗତ ଟାମ୍ପରଗୁଡା ଗାଁ ନିକଟ ପାହାଡ଼ରେ ବୁଦ୍ଧ ପୂର୍ଣ୍ଣିମା ପାଳନ ପାଇଁ ଭଗତ ସିଂହ ଆସୋସିଏସନ୍‌ ପକ୍ଷରୁ ଆୟୋଜନ ଚାଲିଥିଲା । ୧୧ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବୁଦ୍ଧ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ସହ ସେଠାରେ ଥିବା ସାଉଣ୍ଡ ସିଷ୍ଟମ ଓ ପିତ୍ତଳ ମୂର୍ତ୍ତିକୁ ଚୋରି କରିନେଇଛନ୍ତି । ସ୍ଥାନୀୟ ସରପଞ୍ଚଙ୍କ ସହ କିଛି ଯୁବକ ମିଶି ଏହି କାର୍ଯ୍ୟ କରିଥିବା ନେଇ ଆୟୋଜକଙ୍କ ପକ୍ଷରୁ ଚାନ୍ଦିଲି ଥାନାରେ ଅଭିଯୋଗ ହୋଇଛି । 

Advertisment

ସେପଟେ ପାଲଟା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଆଦିବାସୀ । ପଞ୍ଚାୟତ ଅଫିସରେ ବୈଠକ କରି ଏହାକୁ ନିନ୍ଦା କରିଛନ୍ତି ସରପଞ୍ଚ । ଆଦିବାସୀମାନେ କହିଛନ୍ତି, ବୁଦ୍ଧ ପାହାଡ଼ ବୋଲି କିଛି ନାହିଁ । ରାଜସ୍ୱ ବିଭାଗ ଅଧିନରେ ଥିବା ପାହାଡ଼ରେ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି ଆଦିବାସୀ । କେବଳ ସେତିକି ନୁହେଁ, ସେଠାରେ ଜାଙ୍ଗିଡ଼ି ଦେବତା ରହିଛନ୍ତି । ଭଗତସିଂହ ଆସୋସିଏସନ୍‌ର ଜଣେ ବ୍ୟକ୍ତି ସରକାରୀ ଜାଗାକୁ ଜବରଦଖଲ କରିବାକୁ ଚକ୍ରାନ୍ତ କରୁଛନ୍ତି ! ବୁଦ୍ଧ ପ୍ରତିମୂର୍ତ୍ତି ସ୍ଥାପନ କରି, ବୁଦ୍ଧ ପାହାଡ଼ ନାମ ଦେବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି । ଆଦିବାସୀଙ୍କ ପକ୍ଷରୁ ମଧ୍ୟ ଚାନ୍ଦିଲି ଥାନାରେ ଏତଲା ଦିଆଯାଇଛି ।

ରାୟଗଡ଼ା ପେଣ୍ଟା ପଞ୍ଚାୟତ ଅନ୍ତର୍ଗତ ଟାମ୍ପରଗୁଡା ଗାଁ ନିକଟରେ ଥିବା ପାହାଡ଼କୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କୁହୁଳୁଥିବା ନିଆଁ ଉଗ୍ରରୂପ ଧାରଣ କରିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏହାର ସମାଧାନ କରିବା ଅତ୍ୟନ୍ତ ଜରୁରୀ ।